ବ୍ରେକଡ୍ୟାନ୍ସ ଦୋଳିରେ ବସିଥିଲେ, ଚାଲିଗଲା ଜୀବନ

କୋରାପୁଟ: ଦୋଳି ଖେଳ ବି ଜୀବନ ନେଇପାରେ । ଏମିତି ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଛି । ଦୋଳି ଖେଳିବାବେଳେ ଚାଲିଗଲା କୁନି ଝିଅର ଜୀବନ । କୋରାପୁଟ ଜିଲ୍ଲା କୋଟପାଡ଼ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରଥଯାତ୍ରାରେ ପଡିଥିଲା ବ୍ରେକଡାନ୍ସ ଦୋଳି । କୁନି ଝିଅ ମଧ୍ୟ ଦୋଳିରେ ବସି ମଜା ନେବାକୁ ଇଛା କରିଥିଲା ।
ମିଳିଥିବା ସୂଚନା ମୁତାବକ ଦୋଳି ଖେଳୁଥିବାବେଳେ କୁନି ଝିଅଟି ଦୋଳିର ହଲିବାକୁ ସହ୍ୟ କରିପାରିନଥିଲା । ଯାହା ଫଳରେ ଦୃଦଘାତରେ ୧୩ବର୍ଷିୟା ନାବାଳିକାର ମୃତ୍ୟୁ ହୋଇଛି । ମୃତକ ହେଲେ ମହମଦ ୟାକୁବଙ୍କ ଝିଅ ଆଲଫିଆ ବାନ । କୋରାପୁଟ ରଥଯାତ୍ରାରେ ପଡିଥିବା ମିନାବଜାର ବ୍ରେକଡେନ୍ସରେ ହବସିଥିଲା ଉକ୍ତ ନାବାଳିକା । ବସିଥିବା ସମୟରେ ହଠାତ ତାଙ୍କର ହୃଦଘାତ ହୋଇଥିଲା । ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି ।