ଭୁବନେଶ୍ବର ଉପକଣ୍ଠ ଦୟାନଦୀରେ ଅଘଟଣ, ଗାଧୋଉବା ବେଳେ ନଦୀରେ ବୁଡିଗଲେ ନାବାଳକ

ଭୁବନେଶ୍ୱର: ଦୟାନଦୀରେ ଅଘଟଣ । ଗାଧୋଉବା ବେଳେ ନଦୀରେ ବୁଡିଗଲେ ନାବାଳକ । ନିଖୋଜ ହୋଇଥିବା ନାବାଳକ ହେଲେ ଭୁବନେଶ୍ବର ଉପକଣ୍ଠ ଲିଙ୍ଗିପୁର ପଞ୍ଚାୟତ ଇନ୍ଦିରା କଲୋନୀର ସୁମିତେନ୍ଦ୍ର ସାହୁ । ଆଜି ଅପରାହ୍ନରେ ୪ ଜଣ ନାବାଳକ ଦୟା ନଦୀକୁ ଗାଧୋଇବାକୁ ଆସିଥିବା ବେଳେ ଏଭଳି ଘଟଣା ଘଟିଛି । ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ସିମୁତେନ୍ଦ୍ର ଏବେ ବି ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ନିଖୋଜ ଥିବା ସୁମିତେନ୍ଦ୍ରଙ୍କୁ ଖୋଜାଖୋଜି କରୁଛନ୍ତି । ହେଲେ ଅନ୍ଧାର କାରଣରୁ ଅଧାରେ ଅଟକିଲା ଅପରେସନ । ଦୀର୍ଘ ୫ ଘଣ୍ଟାର ଅପରେସନ ପରେ ମଧ୍ୟ ସୁମିତେନ୍ଦ୍ରର ପତ୍ତା ମିଳୁନି । ଫଳରେ ଫେରିଛନ୍ତି ଅଗ୍ନିଶମ ବାହିନୀ । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ସ୍କୁବା ଡାଇଭର । ଆସନ୍ତାକାଲି  ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ।