ପବଜି ଗେମ୍ ଖେଳିବାକୁ ନ ଦେବାରୁ ମାଆକୁ ଗୁଳି କରି ମାରିଲା ପୁଅ
1 min readଲକ୍ଷ୍ଣୌ: ପବଜି ଗେମ୍ ଖେଳିବାକୁ ବାରଣ କରିବାରୁ ମାକୁ ଗୁଳି କଲା ପୁଅ । ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି ଏଭଳି ଘଟଣା । ମା’ର ମୃତ୍ୟୁ ପରେ ଦୁଇ ଦିନ ପର୍ଯ୍ୟନ୍ତ ଶବକୁ ଲୁଚେଇ ରଖିବା ସହ ମୃତ ଦେହରୁ ଆସୁଥିବା ଗନ୍ଧକୁ ଦୁରେଇବା ପାଇଁ ରୁମ୍ ଫ୍ରେସନର ମାରୁଥିବା ପୁଅ । ପୁଅର ବୟସ ୧୬ ବର୍ଷ ହେବ । ପୋଲିସ ତାକୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
UP | A minor boy shot dead his mother after she stopped him from playing PUBG game. Preliminary probe revealed that he was addicted to the game and his mother used to stop him from playing, due to which he committed the incident with his father's pistol: ADCP, East Lucknow (07.6) pic.twitter.com/t1gA1nG5k4
— ANI UP/Uttarakhand (@ANINewsUP) June 7, 2022
ବାପାଙ୍କର ଲାଇସେନ୍ସ ବନ୍ଧୁକରେ ଗୁଳି କରିଥିବା ଜଣାପଡିଛି । ଘରେ ନିଜର ୯ ବର୍ଷର ଭଉଣୀ ମଧ୍ୟ ଥିଲା । କାହାକୁ କିଛି କହିଲେ ହତ୍ୟା କରିଦେବ ବୋଲି ଭଉଣୀକୁ ମଧ୍ୟ ଧମକ ଦେଉଥିଲା । ତାଙ୍କ ବାପା ସେନାରେ କାର୍ଯ୍ୟରତ ଥିବା ବେଳେ ପଶ୍ଚିମବଙ୍ଗରେ ପୋଷ୍ଟିଂ ଅଛନ୍ତି । ପୋଲିସ ତଦନ୍ତ ପରେ ମାକୁ ଜଣେ ଇଲେକ୍ଟ୍ରିସିଆନ ହତ୍ୟା କରିଥିବା ପୁଅ କହିଥିଲା । ପ୍ରାଥମିକ ସ୍ତରରେ ପୁଅକୁ ମାନସିକ ରୋଗୀ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରାଯିବାକୁ ସ୍ଥିର କରାଯାଇଛି ।