ବିରିୟାନି ପାଇଁ ଜୀବନ ହାରିଲେ ନାବାଳକ

ନୀଳଗିରି: ବାପାଙ୍କୁ ବିରିୟାନି ଆଣିବାକୁ ବାରମ୍ବାର ଅଳି କରୁଥିଲା  । ବିରିୟାନି ଖାଇବା ପାଇଁ ଇଛା କରିଥିଲା  । ଶେଷରେ ବିରିୟାନି ନଆଣିବାରୁ ଜୀବନ ହାରିଲା  । ନୀଳଗିରି ଥାନା ଗୋବିନ୍ଦପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା  । ମନରଞ୍ଜନ ମହାର୍ଣ୍ଣାଙ୍କ ୧୩ ବର୍ଷର ପୁଅ ସତ୍ୟବ୍ରତ, ଅଷ୍ଟମ ଶ୍ରେଣୀରେ ପଢୁଥୁଲା  ।  ବାପାଙ୍କ ଆଗରେ ଦୁଇଦିନ ହେବ ଅଳି କରିଥିଲା ବିରିୟାନି ଆଣିବାକୁ । ସେପଟେ ବାପା ୱାର୍ଡ ସଭ୍ୟ ପାର୍ଥୀ ହୋଇଥିବା ବେଳେ ନିର୍ବାଚନ ପାଇଁ ବ୍ୟସ୍ତରେ ରହୁଥିଲେ, ତେଣୁ ବିରିୟାନି ଆଣି ପାରିନଥିଲେ  ।

ଅନ୍ୟପଟେ  ଗତକାଲି ପୁଅ ଅଧିକ  ଅଳି କରିଥିଲା  । ବାପା ଯେହେତୁ ଏକ କମ୍ପାନୀରେ ସିକ୍ୟୁରୁଟି କାର୍ଯ୍ୟ କରନ୍ତି ତେଣୁ ବ୍ୟସ୍ତତା ପାଇଁ ବିରିୟାନି ଆଣି ପାରିନବା କହିଛନ୍ତି । ବାପା ବିରିୟାନି ନଆଣିବାରୁ ରାଗି ଯାଇଥିଲା ୧୩ ବର୍ଷର ନାବାଳକ ପୁଅ  ।  ପରେ ଏକ ଗାମୁଛାରେ ଫାଶୀ ଲଗାଇ ଜୀବନ ହାରିଥିବା ଜଣାପଡ଼ିଛି । ପରିବାର ଲୋକେ ପ୍ରଥମେ ଖନ୍ତାପଡା ମେଡିକାଲ ନେଇଥିଲେ, ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ପରବର୍ତ୍ତୀ ସମୟରେ ବାଲେଶ୍ଵର ମେଡିକାଲରେ ପୋଷ୍ଟମର୍ଟମ କରାଯାଇ, ପରିବାରକୁ ମୃତ ଦେହ ହସ୍ତାନ୍ତର କରାଯାଇଛି  ।

 

 

Leave a Reply