ଦିଲ୍ଲୀରେ ଭୟାବହ ଅଗିକାଣ୍ଡ, ୪ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟାବହ ଅଗିକାଣ୍ଡ। ଅଗ୍ନିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀର ଶାସ୍ତ୍ରୀ ନଗର ଗୀତା କଲୋନୀରେ ଏହି ଅଗ୍ନିକାଣ୍ଡ ଘଟିଛି। ଏକ ଚାରି ମହଲା କୋଠା ସର୍ମ୍ପୂଣ୍ଣ ଭଶ୍ମିଭୂତ ହୋଇଯାଇଛି। ଘରର ପାର୍କିଂରୁ ନିଆଁ ବ୍ୟାପିଥିବା ସୂଚନା ରହିଛି।

ଏହି ଅଗ୍ନିକାଣ୍ଡରେ ମୋଟ ୯ ଜଣ ଆହତ ହୋଇଥିବା କୁହାଯାଉଛି। ଏଥିରେ ୩ ଜଣ ପୁରୁଷ , ୪ଜଣ ମହିଳା ଓ ଦୁଇ ଜଣ ଶିଶୁ ରହିଛନ୍ତି । ସମସ୍ତଙ୍କୁ ନିକଟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ନିଆଁ ଲାଗିବାର କିଛି ସମୟ ପରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ବହୁ ସମୟ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ଟିମ୍।