ବ୍ରିଜ ଉପରେ ସାଇକେଲ, ଚପଲ ଥୋଇ ବିରୂପାକୁ ଡେଇଁ ପଡିଲେ ଯୁବକ

କଟକ: ଚୌଦ୍ୱାର ବିରୂପା ବ୍ରିଜ ଉପରୁ ଚପଲ ଏବଂ ସାଇକେଲ ଥୁଆ ହୋଇଛି  । କିନ୍ତୁ ବ୍ୟକ୍ତି ନିଖୋଜ ଅଛନ୍ତି । ଅର୍ଥାତ ବ୍ରିଜ ଉପରୁ ବିରୂପା ନଦୀ ଗର୍ଭକୁ ଡେଇଁପଡ଼ିଲେ ଜଣେ ବ୍ୟକ୍ତି ।  ନିଖୋଜ ବ୍ୟକ୍ତି କିଏ ଓ କାହିଁକି ନଦୀ ଗର୍ଭକୁ ଡେଇପଡ଼ିଲେ, ତାହାର କୌଣସି ତଥ୍ୟ ପୋଲିସ ହାତରେ ଲାଗିନାହିଁ  । ସେପଟେ  ନିକୋଝ ଥିବା ବ୍ୟକ୍ତିଙ୍କ ପତ୍ତା ମଧ୍ୟ ମିଳିପାରିନି ।

ସେପଟେ ପୋଲିସ ଓ ଚୌଦ୍ବାର ଅଗ୍ନିଶମ ବାହିନୀ ପକ୍ଷରୁ ରେସକ୍ୟୁଅପରେସନ୍ ଜାରି ରହିଛି । ଦିନ ପ୍ରାୟ ଗୋଟାଏ ବେଳେ ବ୍ରିଜ ଉପରେ ସାଇକେଲ ଏବଂ ଚପଲ ଥୋଇ ନଦୀ ଗର୍ଭକୁ ଡେଇଁ ପଡିଥିବା ଜଣାପଡ଼ିଛି । ଏନେଇ ପୋଲିସକୁ ସୂଚନା ଦେଇଥିଲେ ଦୂରରେ ଥାଇ ଦେଖିଥିବା ଆଉ ଜଣେ ବ୍ୟକ୍ତି । ଖବର ପାଇ ଜଗତପୁର ପୋଲିସ ଓ ଚୌଦ୍ୱାର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି ।

ବ୍ୟକ୍ତି ଜଣଙ୍କ କେଉଁ ଅଞ୍ଚଳର, ପାରିବାରିକ ସମସ୍ୟା ପାଇଁ ଆତ୍ମହତ୍ୟା ଉଦ୍ୟମ ଜକରିଛନ୍ତି ନା ଅନ୍ୟ କୌଣସି କାରଣ ଯୋଗୁଁ ତାହାର କାରଣ ଖୋଜୁଛି ପୋଲିସ  । ଅନ୍ୟପଟେ ଅଗ୍ନିଶମ ବାହିନୀ ପ୍ରାୟ ୪ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମଧ୍ୟ ନିଖୋଜ ବ୍ୟକ୍ତିଙ୍କ କୌଣସି ସୁରାକ ପାଇପାରିନାହିଁ  । ଚୌଦ୍ୱାର ବିଧାୟକ ସୌଭିକ ବିଶ୍ବାଳ ମଧ୍ୟ ଘଟଣା ସ୍ଥଳରେ ପହଁଚି ଓଡ୍ରାଫ ଟିମ ସହିତ ଆଲୋଚନା କରିଛନ୍ତି  ।

 

Leave a Reply