ଆଜି ସୃଷ୍ଟି ହେବ ଘୂର୍ଣିବଳୟ, କାଲି ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ଆଜି ବାୟୁମଣ୍ଡଳରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଆସନ୍ତାକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରୁ ଧୀରେ ଧୀରେ ଉତ୍ତର ଆଡ଼କୁ ଏହା ଗତି କରିବ । ଏବେଠାରୁ ଏହାର ତୀବ୍ରତା ଓ ଗତିପଥ ଆକଳନ କରାଯାଇପାରିବ ନାହିଁ । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ । ସାଧାରଣତଃ ଏପ୍ରିଲ, ମେ, ଜୁନ ଓ ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ବାତ୍ୟା ସୃଷ୍ଟି ହୋଇଥାଏ । ମେ ମାସରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ । ଏହା କିଛି ନୂଆ କଥା ନୁହେଁ ବୋଲି କହିଛନ୍ତି ଆଇଏମଡି ଡିଜି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟାର ସ୍ପଷ୍ଟ ଚିତ୍ର ଆକଳନ କରାଯାରିବ । ତେବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ଦକ୍ଷିଣ ପଶ୍ଚିମ ବଙ୍ଗୋସାଗର, ଆଣ୍ଡାମାନ ସାଗର ଏବଂ କେନ୍ଦ୍ରୀୟ ବଙ୍ଗୋପାଗର ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବ । ସମ୍ଭାବ୍ୟ ବାତ୍ୟାକୁ ନେଇ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପାଇଁ କୌଣସି ସତର୍କତା ଜାରି ହୋଇନି ।

ସେପଟେ ଆଜିଠୁ କମିବ କାଳବୈଶାଖୀ ଓ ବଢିବ ତାତି । ତାପମାତ୍ରା ସ୍ବାଭାବିକଠୁ ୪ରୁ ୫ ଡିଗ୍ରୀ ଯାଏଁ ବଢ଼ିବ । ବିଭିନ୍ନ ସ୍ଥାନରେ ତାତି ୪୦ରୁ ୪୧ ଡିଗ୍ରୀ ଯାଏଁ ବୃଦ୍ଧିପାଇପାରେ । ବର୍ତ୍ତମାନ ସ୍ଥିତିରେ ଆଭ୍ୟନ୍ତରୀଣ ଓ ଉପକୂଳ ଏବଂ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ କମିଛି । ଏହା ଧୀରେ ଧୀରେ ସ୍ବାଭାବିକ ହେବା ପରେ କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ଜଳୀୟବାଷ୍ପ ମାତ୍ରା ଅଧିକ ରହୁଥିବାରୁ ରାଜ୍ୟରେ ଗୁଳୁଗୁଳି ଅଧିକ ଅନୁଭୂତ ହେବ ।