spot_img

Latest Posts

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର : ଘନୀଭୂତ ହୋଇ ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଏହା ଅବପାତରେ ପରିଣତ ହୋଇ ପରେ ବାତ୍ୟା ରୂପ ନେଇପାରେ।

ତେବେ ଏହା କେଉଁଠି ସ୍ଥଳଭାଗ ଛୁଇଁବ ତାହା ଏଯାଏଁ ସ୍ପଷ୍ଟ ହୋଇନି। ଓଡ଼ିଶା ପାଇଁ କୌଣସି ବାତ୍ୟା ସତର୍କତା ନାହିଁ। ବାତ୍ୟା କେନ୍ଦ୍ରୀୟ ବଙ୍ଗୋପସାଗର ଦେଇ ଗତି କରିବା ସମ୍ଭାବନା ରହିଛି।

ସେପଟେ ରାଜ୍ୟକୁ ପୁଣି ଫେରିଲା ତାତି। ପ୍ରବଳ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛି ରାଜଧାନୀ ଭୁବନେଶ୍ବର। ସକାଳ ୮.୩୦ ସୁଦ୍ଧା ୩୧ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୮୫ ପ୍ରତିଶତ ଆର୍ଦ୍ରତା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Latest Posts

Don't Miss