spot_img

Latest Posts

ମାଲ୍‌ ପରିବହନକାରୀ ଗାଡ଼ି ଚଳାଇପାରିବେ ଏଲ୍‌ଏମ୍‌ଭି ଲାଇସେନ୍ସଧାରୀ

ନୂଆଦିଲ୍ଲୀ : ବ୍ୟବସାୟିକ ଯାନର ଡ୍ରାଇଭରମାନଙ୍କ ପାଇଁ  ବଡ଼ ଆଶ୍ୱସ୍ତି । ହାଲୁକା ମୋଟରଯାନ (ଏଲ୍‌ଏମ୍‌ଭି) ଡ୍ରାଇଭିଂ ଲାଇସେନ୍ସଧାରୀମାନେ ବିନା ଲୋଡିଂରେ ପରିବହନ ଯାନ ଚଳାଇପାରିବେ ବୋଲି ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ତେବେ ମାଲ୍‌ ପରିବହନକାରୀ ଯାନର ଓଜନ ୭,୫୦୦ କେ.ଜି. ମଧ୍ୟରେ ସୀମିତ ରହିବ। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ପୀଠ ଦେଇଥିବା  ଏହି ରାୟ ବୀମା କମ୍ପାନୀଗୁଡ଼ିକ ପାଇଁ ଶକ୍ତ ଧକ୍କା ଦେଇଛି । ପରିବହନ ଯାନ ଚଳାଉଥିବା ଏଲ୍‌ଏମ୍‌ଭି ଡ୍ରାଇଭିଂ ଲାଇସେନ୍ସଧାରୀ ଡ୍ରାଇଭର ଦୁର୍ଘଟଣା ଘଟାଇଲେ ସେମାନଙ୍କୁ ବୀମା ସୁବିଧା ମିଳୁ ନ ଥିଲା। ସେମାନଙ୍କୁ ପରିବହନ ଯାନ ଚଳାଇବା ଅନୁମତି ଦିଆଯାଇ ନାହିଁ କହି ବୀମା କମ୍ପାନୀ ସେମାନଙ୍କ ଦାବିକୁ ଖାରଜ କରିଆସୁଥିଲେ। ଏବେ ଏ ସମସ୍ତ ପ୍ରକାର ଜିନିଷ ପାଇଁ ଡ୍ରାଇଭରଙ୍କୁ ମିଳିଛି ସର୍ବୋଚ୍ଚ ଅଦାଲତଙ୍କ ଅନୁମତି ।

ଏଲ୍‌ଏମ୍‌ଭି ଡ୍ରାଇଭିଂ ଲାଇସେନ୍ସଧାରୀଙ୍କ ପାଇଁ ରାସ୍ତା ଦୁର୍ଘଟଣା ବଢ଼ୁଥିବାର କୌଣସି ପ୍ରାୟୋଗିକ ତଥ୍ୟ ନ ଥିବା ଜଷ୍ଟିସ୍‌ ହୃଷୀକେଶ ରାୟ କହିଛନ୍ତି। ସର୍ବାଧିକ ସମୟ ଗାଡ଼ିରେ ସମୟ କାଟୁଥିବା ଏଲ୍‌ଏମ୍‌ଭି ଲାଇସେନ୍ସଧାରୀ ଅଦାଲତରୁ ଜବାବ ଚାହାନ୍ତି। ପ୍ରଯୁକ୍ତିଗତ ଦିଗରୁ ଦେଖିଲେ ସେମାନଙ୍କ ଆପତ୍ତି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ରାୟ କହିଛନ୍ତି। ସାମ୍ବିଧାନିକ ପୀଠରେ ସିଜେଆଇ ଏବଂ ଜଷ୍ଟିସ୍‌ ରାୟଙ୍କ ବ୍ୟତୀତ ଜଷ୍ଟିସ୍‌ ପି.ଏସ୍‌. ନରସିଂହା, ପଙ୍କଜ ମିଥଲ ଏବଂ ମନୋଜ ମିଶ୍ରା ରହିଛନ୍ତି। ଅଗଷ୍ଟ ୨୧ରେ ପିଟିଶନଗୁଡ଼ିକର ଶୁଣାଣି ଶେଷ ହୋଇଥିବାବେଳେ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ।

Latest Posts

Don't Miss