ହଷ୍ଟେଲରେ ଝୁଲୁଛି ଆଇନ୍ ଛାତ୍ରୀଙ୍କ ମୃତ ଦେହ

କଟକ: ଆଇନଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର । କଟକ ସିଡିଏ ଠାରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ହରିଆଣା ପାନିପଥର ସୁରଭି ପଞ୍ଚପାଲ । ସେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବର୍ଷ ଆଇନ ବିଭାଗର ଛାତ୍ରୀ । ସୁରଭିଙ୍କ ମୃତୁର କାରଣ ଅସ୍ପଷ୍ଟ ରହିଛି । ସେପଟେ ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି  ।

ସୂଚନା ମୁତାବକ କିଛି ଦିନ ତଳେ ସୁରଭି ଗାଁରୁ ଫରିଥିଲେ । ହେଲେ ସେ ଫରିବା ଦିନଠୁ କୌଣସି କାରଣକୁ ନେଇ ମାନସିକ ଦୁଶ୍ଚିନ୍ତାରେ ଥିଲେ । ସୁରଭି କିଛି ଦିନ ହେବ କ୍ଳାସରେ ଅନୁପସ୍ଥିତ ମଧ୍ୟ ରହୁଥିବା ସୂଚନା ରହିଛି । ଗତକାଲି ରାତି ପ୍ରାୟ ୮ ଟା ସମୟରେ ସେ କବାଟ ନ ଖୋଲିବାରୁ ତାଙ୍କ ରୁମର କବାଟ ଭଙ୍ଗା ଯାଇଥିଲା । ରୁମରେ ଆଇନ ଛାତ୍ରୀ ସୁରଭିଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ଉପସ୍ଥିତ ଲୋକେ  ।