କେରଳ ଏର୍ଣ୍ଣାକୁଲମରେ ବଡ଼ ଧରଣର ବିସ୍ଫୋରଣ, ଜଣେ ମୃତ ୨୩ରୁ ଅଧିକ ଆହତ

କେରଳ : କେରଳ ଏର୍ଣ୍ଣାକୁଲମରେ ବଡ଼ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ଜଣେ ପ୍ରାଣ ହରାଇଥିବାବେଳେ ୨୩ରୁ ଅଧିକ ଆହତ ହୋଇଛନ୍ତି । ଏର୍ଣ୍ଣାକୁଲମର କାଲାମସେରୀସ୍ଥିତ ଏକ କନଭେନସନ ସେଣ୍ଟରରେ ଆତଙ୍କୀ ହମଲା ଆଶଙ୍କା କରାଯାଉଛି । କନଭେନସେଣ୍ଟରରେ ୩ଟି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣ ପରେ ଘଟଣାସ୍ଥଳରେ ବମ୍ବସ୍କ୍ବାଡ ଓ ଫରେନସିକ ଟିମ ଯାଞ୍ଚ କରିଛି । ପ୍ରାର୍ଥନା ଉତ୍ସବରେ ୨ହଜାରରୁ ଅଧିକ ଲୋକ ସମବେତ ହୋଇଥିବାବେଳେ ଏହି ବିସ୍ଫୋରଣ ଘଟିଛି । ଏହି କନଭେନସେଣ୍ଟରରେ ଜିହୋବା ସମ୍ପ୍ରଦାୟ ପକ୍ଷରୁ ବାର୍ଷିକ ସମ୍ମେଳନ ହେଉଥିବାବେଳେ ସେଠାରେ ବିସ୍ଫୋରଣ ଘଟିଥିଲା । କନଭେନସେଣ୍ଟର ଭିତରେ ବିସ୍ଫୋରଣ ଘଟିଥିବାରୁ ଏହା ଏକ ଆତଙ୍କୀ ହମଲା ବୋଲି କୁହାଯାଉଛି ।Ernakulam blast Live updates: Amit Shah speaks to Kerala chief minister,  elite bomb squad dispatched - India Today

ବିସ୍ଫୋରଣ ପରେ ଲୋକମାନେ ଜୀବନ ବିକଳରେ କନଭେନସନ ସେଣ୍ଟରରୁ ପଦାକୁ ଚାଲିଆସିଥିଲେ । ସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ରାଜ୍ୟ ଶିଳ୍ପମନ୍ତ୍ରୀ ପି. ରାଜୀବ । ଏହି ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥାର ଏକ ୪ ଜଣିଆ ଟିମ୍ । ଆହତ ଲୋକଙ୍କ ଚିକିତ୍ସା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ।