କଟକରେ ନକଲି ଚା’ ପତି କାରଖାନା ଠାବ, ବିପୁଳ ପରିମାଣ ଚା’ ପତି ଜବତ

କଟକ:  କଟକ ଜଗତପୁର ଲକ୍ଷ୍ମଣପୁରରେ ନକଲି ଚା’ ପତି କାରଖାନା ଠାବ। ବିପୁଳ ପରିମାଣ ଚା’ ପତି ସହ ମେସିନ ଜବତ କଲା ସିଏମସି ଟିମ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତପୁର ଅଞ୍ଚଳରେ। ପୁଣି ନକଲି ଟାଟା ଚା’ କମ୍ପାନୀ ଠାବ କରାଯାଇଛି । ସୂଚନା ଅନୁସାରେ, ଦୀର୍ଘ ଦିନଧରି ଜଗତପୁର ଲକ୍ଷ୍ମଣପୁର କେନାଲ ବନ୍ଧରେ ଠାରେ ଥିବା ଏକ ନିର୍ଜନ ସ୍ଥାନରେ ଗୋଟିଏ ଛୋଟ ଘରେ ଟାଟା କମ୍ପାନୀ ନାମରେ ନକଲି ପ୍ୟାକିଙ୍ଗ ହେଉଥିଲା ।

ସେପଟେ ଆଜି ଜଗତପୁର ୪୮ ନମ୍ବର ଓ୍ବାର୍ଡ ରେ ସି ଏମ ସି ଏନ୍ ଫୋର୍ସ ମେଣ୍ଟ ଟିମ୍ ଦ୍ବାରା ବେଆଇନ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଉକ୍ତ ଘର ଟିକୁ ମଧ୍ୟ ଭଙ୍ଗା ଯାଇଥିଲା । ଘର ଭାଙ୍ଗିବା ସମୟରେ ଦେଖିବାକୁ ମିଳିଲା ଯେ ଗୁଡ଼ାଏ ଟାଟା କମ୍ପାନୀର ଛୋଟ ଛୋଟ ପ୍ୟାକେଟ ସହିତ, ତିନୋଟି ଅଲଗା ଅଲଗା କମ୍ପାନୀ ର ଚା ପତି , ଗୋଟିଏ ମିକ୍ସ ଓ ପ୍ୟାକିଙ୍ଗ ମେସିନ , ଗୋଟିଏ ସିଲାଇ ମେସିନ, ଅନେକ ଗୁଡ଼ିଏ ବ୍ୟାଣ୍ଡ ର ପ୍ୟକେଜିଂ ଜରି ସହିତ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଦେଖିବାକୁ ମିଳିଥିଲା ଏବେ ନିଜ ହେପାଜତକୁ ନେଇଛି ।