ବ୍ୟାଟେରୀ ଚୋରକୁ ଧରି ଗାଁରେ ବସିଲା କଙ୍ଗାରୁ କୋର୍ଟ

ମୟୂରଭଞ୍ଜ : ବ୍ୟାଟେରୀ ଚୋରକୁ ଧରି ଗାଁରେ ବସିଲା କଙ୍ଗାରୁ କୋର୍ଟ । କଙ୍ଗାରୁ କୋର୍ଟରେ ଚୋରକୁ ପ୍ରବଳ ମାଡ଼ । ଯାହାର ଭିଡିଓ ଭାଇରାଲ ହୋଇଛି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଅନ୍ତର୍ଗତ ଜରକ ଗାଁରେ ଶନିବାର ରାତିରେ ଏକ ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି କରୁଥିବା ବେଳେ ଜଣକ ସହ ଏକ ବାଇକକୁ ଲୋକମାନେ ଧରିଥିଲେ  । ଘଟଣାସ୍ଥଳରୁ ଅନ୍ୟ କେତେଜଣ ଚୋର ଖସି ପଳାଇ ଯାଇଥିଲେ। କଙ୍ଗାରୁ କୋର୍ଟରେ ଧରା ପଡ଼ିଥିବା ଚୋରକୁ ପ୍ରବଳ ମାଡ଼ ମାରିଥିଲେ ଲୋକ ।

ସକାଳେ ଟ୍ରାକ୍ଟର ମାଲିକ ମହୁଲଡ଼ିହା ଥାନାକୁ ଖବର ଦେବା ପରେ ଲୋକମାନେ ଚୋର ସହିତ ଚୋରି ବ୍ୟାଟେରୀ ଓ ବାଇକକୁ ଥାନାକୁ ନେଇଥିଲେ । ଧରା ପଡ଼ିଥିବା ଚୋର ଜଣକ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଖୁଣ୍ଟାପୋଷି ଗାଁର  ସୁଚାରୁ ପାତ୍ରଙ୍କ ପୁଅ  ସୁଶୀଲପାତ୍ର ବୋଲି ଜଣାପଡ଼ିଛି । ମହୁଲଡ଼ିହା ଥାନା ପୋଲିସ ସୁଶୀଲକୁ ଥାନାରେ ଅଟକ ରଖି ଏହି ଚୋରି ସହିତ ଆଉ କିଏ ସଂପୃକ୍ତ ସେନେଇ ଅଧିକ ତଦନ୍ତ ଜାରି ରଖିଛ ।