ଗୋଟିଏ ଦିନ ବ୍ୟବଧାନରେ ଶ୍ୱଶୁର-ଜ୍ୱାଇଁଙ୍କ ମୃତ୍ୟୁ, ମେଡିକାଲରେ ଝିଅ

1 min read

ବାଲିପାଟଣା: ମୃତ୍ୟୁ ସର୍ବଦା ଅସହଜ  । କିନ୍ତୁ ଏମିତି ମୃତ୍ୟୁ ପରିବାର ପାଇଁ ଅସହ୍ୟ ହୋଇଛି  । ଜ୍ୱାଇଁକୁ ଦେଖିକି ଆସିବା ପରେ ଚାଲିଗଲା ଶ୍ୱଶୁରଙ୍କ ଜୀବନ  । ଆଉ ଶ୍ୱଶୁରଙ୍କ ମୃତ୍ୟୁ ପରେ ଜ୍ୱାଇଁଙ୍କ ମଧ୍ୟ ମୃତ୍ୟୁ ଘଟିଛି  ।  ଏଭଳି ଘଟଣା ଘଟିଛି ବାଲିପାଟଣା ଥାନା ଅନ୍ତର୍ଗତ ମହୁଖଣ୍ଡା ଗ୍ରାମରେ   । ମିଳିଥିବା ସୂଚନା ମୁତାବକ ଗତ ୪ ତାରିଖରେ ମହୁଖଣ୍ଡା ମୁଦୁଲି ସାହିରେ ଗ୍ୟାସ୍ ସିଲିଣ୍ଡର୍ ଲିକେଜ୍ ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ  । ବଡ଼ ମେଡିକାଲରେ ଚିକିତ୍ସାତ ହେଉଥିବା ବେଳେ ଶ୍ୱଶୁର  ବନମାଳି ବେହେରା ୧୦ ତାରିଖରେ ଝିଅ ଜ୍ବାଇଁଙ୍କୁ ଦେଖିବାକୁ ଯାଇଥିଲେ ।

ସେପଟେ ଜ୍ବାଇଁଙ୍କୁ ଦେଖି ଘର ମହୁଖଣ୍ଡା ଫେରିବା ପରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା, ଘର ଲୋକେ ମେଡିକାଲ୍ ନେଇଥିଲାବେଳେ ମେଡିକାଲ୍ ରେ ଡାକ୍ତର ବନମାଳୀଙ୍କୁ ହୃଦଘାତରେ ମୃତ ବୋଲି ଘୋଷଣା କରିଥିଲେ  । ଅନ୍ୟପଟେ ‌ ପରଦିନ ଜ୍ବାଇଁ ମଙ୍ଗୁଳି ବେହେରା ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ମଙ୍ଗୁଳିଙ୍କ ସ୍ତ୍ରୀ ଯଶୋବନ୍ତି ବେହେରାଙ୍କ ଦୁଇଟି ପୁଅ ଜଣେ ବିକଳାଙ୍ଗ ଥିବା ବେଳେ ଅନ୍ୟ ଜଣେ ମାତ୍ର ୯ ବର୍ଷର  ।

ଏଭଳି ଏକ ହୃଦୟ ବିଦାରକ  ପରିସ୍ଥିତିରେ ଭାଙ୍ଗି ପଡିଛନ୍ତି ପରିବାର ଲୋକ । ଗୋଟିଏ ଦିନ ଭ୍ୟବଧାନଦରେ ପରିଜନ ହରାଇଛନ୍ତି ୨ ଜଣଙ୍କୁ  । ଏଭଳି ଏକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି  । ଝିଅ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଜ୍ୱାଇଁ ଏବଂ ଶ୍ୱଶୁର ଆଖି ବୁଜିଛନ୍ତି  ।