spot_img

Latest Posts

୫୦ହଜାର ବର୍ଷ ପରେ ପୁଣି ପୃଥିବୀ ମୁହାଁ ଧୂମକେତୁ

ୱାସିଂଟନ : ପୃଥିବୀ ମୁହାଁ ଧୂମକେତୁ । ପୁଣି ଥରେ ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଦୀର୍ଘ  ୫୦ହଜାର ବର୍ଷ ପରେ ପୁଣି ଥରେ ପୃଥିବୀ ଆଡ଼କୁ ଆସୁଛି ଧୂମକେତୁ । ଏହାର ନାଁ ସି/୨୦୨୨ ଇ୩ (ZTF)। ପୃଥିବୀ ଆକାଶରେ ଚମକିବ ସବୁଜ ଧୂମକେତୁ । ଯାହାର ଫଟୋ ଉତ୍ତୋଳନ କରିବା ପାଇଁ ଜ୍ୟୋତିର୍ବିଜ୍ଞାନୀ ଏବଂ ଫଟୋଗ୍ରାଫରମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ ।

ଏହା ପୂର୍ବରୁ ଏହି ଧୂମକେତୁ ଶେଷଥର ପାଇଁ ନିଅନଡର୍ଟାଲ ଯୁଗରେ ପୃଥିବୀର ନିକଟତର ହୋଇଥିଲା । ନାସା କହିବା ଅନୁଯାୟୀ, ପ୍ରଥମେ ମାର୍ଚ୍ଚ ୨୦୨୨ରେ କାଲିଫର୍ଣ୍ଣିଆ-ସ୍ଥିତ ଜ୍ବିକି ଟ୍ରାଞ୍ଜିଏଣ୍ଟ ଫାସିଲିଟି ଦ୍ବାରା ଏହି ଧୂମକେତୁର ଆବିଷ୍କାର କରାଯାଇଥିଲା।

ଫେବୃଆରୀ ଆାକଶରେ ଦିଶିବ ଧୂମକେତୁର ଦୃଶ୍ୟ । ନାସା ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହି ଧୂମକେତୁ ଜାନୁଆରୀ ୧୩ ତାରିଖରେ ସୂର୍ଯ୍ୟଙ୍କର ନିକଟତମ ହେବ। ଆସନ୍ତା ଫେବୃଆରୀ ପହିଲାରେ ଏହା ପୃଥିବୀର ନିକଟତମ ହେବ ଏବଂ ତା’ର ନିକଟତମ ଦୂରତା ହେଉଛି ୪୨ ନିୟୁତ କିଲୋମିଟର, ଯାହା ଚନ୍ଦ୍ର ଓ ପୃଥିବୀ ମଧ୍ୟସ୍ଥ ଦୂରତାର ୧୦୯ ଗୁଣ ।  ସୂର୍ଯ୍ୟଙ୍କ ଆକର୍ଷଣରେ ଏହା ନିକଟତର ହେଲେ ମଧ୍ୟ ବିନା ଦୂରବୀକ୍ଷଣ ଯନ୍ତ୍ରରେ ଏହାକୁ ଦେଖିବା ସମ୍ଭବ ହେବନାହିଁ ।

ଆଉ କିଛି ଦିନ ପରେ ଉତ୍ତର ଗୋଲାର୍ଦ୍ଧର ଲୋକମାନେ ବାଇନୋକୁଲାର ସାହାଯ୍ୟରେ ଏହାକୁ ଦେଖିହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏବେ ନିକଟରେ ନାସା ଦ୍ବାରା ଗତ ଡିସେମ୍ବର ୧୯ରେ ଉଠା ଯାଇଥିଲା, ଯାହା ଏବେ ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ଯେଉଁମାନେ ଏହି ଧୂମକେତୁକୁ ପେରିହେଲିଅନ ବା ସୂର୍ଯ୍ୟଙ୍କଠାରୁ ନିକଟତମ ଅବସ୍ଥାରେ ଦେଖିବାକୁ ଚାହାନ୍ତି, ସେମ‌ାନେ ଜାନୁଆରୀ ୧୩ରେ ମହାକାଶବିଜ୍ଞାନୀ ଜିଆନଲୁସା ମାସିଙ୍କ ଭର୍ଚୁଆଲ ଟେଲିସ୍କୋପ୍ ପ୍ରୋଜେକ୍ଟର ୟୁଟ୍ୟୁବ୍ ଚାନେଲର ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ଦେଖିପାରିବେ।

Latest Posts

Don't Miss