ପ୍ରେମିକର ଘର ସାମ୍ନାରେ ପ୍ରେମିକାର ଧାରଣା

ଢେଙ୍କାନାଳ: ପ୍ରତାରଣା କଲା ପ୍ରେମିକ । ବିବାହର ପ୍ରଲୋଭନ ଦେଖାଇ ୩ବର୍ଷ କାଳ ଶାରୀରିକ ସମ୍ପର୍କ ପରେ ଅଧା ବାଟରେ ଛାଡି ଦେଲା ପ୍ରେମିକ । ଶେଷରେ ନ୍ୟାୟ ଅପେକ୍ଷାରେ ଥାନାର ଦ୍ୱାରସ୍ତ ହେଲା ସମ୍ପୃକ୍ତ ଯୁବତୀ । ଏବେ ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଛନ୍ତି ସେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏମିତି ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ଗାଁରେ ଦେଖିବାକୁ ମିଳିଛି ।

ଅଭିଯୋଗ ଅନୁଯାୟୀ ଆଜିକୁ ୩ବର୍ଷ ତଳେ ଆମ୍ବପଳାଶ ଗାଁ ସୁର୍ଯ୍ୟକାନ୍ତ ସାହୁ ଓରଫ ପପୁ କୁଟୁରିଆ ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ତେବେ ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିବା କହିଛନ୍ତି ପିଡିତା ।

ପରେ ପିଡିତା ବିବାହ କରିବାକୁ ପ୍ରେମିକ ସୁର୍ଯ୍ୟକାନ୍ତକୁ କହିବାରୁ ସେ ରୋକ ଠୋକ ମନା କରି ଦେଇଥିଲେ । ଯାହାକୁ ନେଇ ନ୍ୟାୟ ପାଇଁ ପୋଲିସର ସହାୟତା ନେଇଛନ୍ତି ସମ୍ପୃକ୍ତ ଯୁବତୀ । ଏନେଇ ଗତ ଡିସେମ୍ବର ମାସ ୨୩ ତାରିଖରେ ପିଡିତା ପରଜଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଫଳରେ ଏକ ସପ୍ତାହ ମଧ୍ୟରେ ଉଭୟ ପ୍ରେମିକ ପ୍ରେମିକାଙ୍କୁ ବିବାହ କରାଯିବାର ପ୍ରତିଶ୍ରୁତି ଦେଇଥିଲେ ପ୍ରେମିକାର ପରିବାର ଲୋକେ । କିନ୍ତୁ ଦିନ ଗଡି ଯାଇଥିଲେ ସୁଦ୍ଧା ଧରା ଛୁଆଁ ଦେଇ ନଥିଲେ ପ୍ରେମିକର ପରିବାର ଲୋକେ । ଶେଷରେ ନ୍ୟାୟ ଅପେକ୍ଷାରେ ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଛନ୍ତି ସମ୍ପୃକ୍ତ ଯୁବତୀ । ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ଯୁବତୀ ଜଣଙ୍କ କ୍ୟାମେରା ସାମ୍ନାରେ କହିଛନ୍ତି । ସେପଟେ ସମ୍ପୃକ୍ତ ଯୁବକ ଏବଂ ତାଙ୍କ ପରିବାର ଲୋକେ ଘରେ ତାଲା ପକାଇ ଫେରାର ଥିବା ଜଣାପଡ଼ିଛି ।

Leave a Reply