ଗାଧୋଇବାକୁ ଯାଇଥିଲେ, ଗଳା କାଟି ହତ୍ୟାକଲେ..

ବରଗଡ଼: ଯୁବତୀଙ୍କ ଗଳା କାଟି ହତ୍ୟା ଅଭିଯୋଗ । ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଜର୍ଜଗଡ଼ ଗାଁର ଜଣେ ଯୁବତୀଙ୍କ ମୃତଦେହ ଆଜି ଗାଁ ପାଖରେ ପଡ଼ିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଯୁବତୀ ଜଣଙ୍କ ଗାଧୋଇବାକୁ ଯାଇଥିଲେ । କେହି ଦୁର୍ବୃତ୍ତ ଯୁବତୀଙ୍କ ଗଳାକାଟି ହତ୍ୟା କରିଥିବା ଅନୁମାନ କରାଯାଉଛି ।
ଯୁବତୀଙ୍କ ଚିତ୍କାର ଶୁଣି ତାଙ୍କ ବଡ଼ ଓ ସାନ ଭଉଣୀ ପହଞ୍ଚି ରକ୍ଷା କରିବା ପାଇଁ ପ୍ରୟାସ କରିଥିଲେ । ଦୁର୍ବୃତ୍ତ ଆକ୍ରମଣରେ ସାନ ଭଉଣୀ ହାତରେ ଗଭୀର ଆଘାତ ଲାଗିଛି । ପାଇକମାଳ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ ଟିମ ଓ ଅନୁସନ୍ଧାନୀ କୁକୁର ତଦନ୍ତରେ ସାମିଲ ହୋଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇ ସୂଚନା ଦେଇଛନ୍ତି ।