ଜ୍ବାଇଁଙ୍କୁ ୧୭୩ ପ୍ରକାର ବ୍ୟଞ୍ଜନ ପରସିଲେ ଶାଶୂ, ୪ ଦିନ ଲାଗିଲା ସମୟ

ଆନ୍ଧ୍ରପ୍ରଦେଶ: ଜ୍ବାଇଁଙ୍କୁ ଶୂଶୁର ଘରେ ଖାସ୍ ସ୍ଥାନ ଦିଆଯାଉଥିବାର ଆପଣ ଜାଣିଥିବେ । ଆମ ଭାରତରେ ଏହା ଏକ ପରମ୍ପରା ରହିଆସିଛି । ଜ୍ବାଇଁ ଝିଅ ଘରକୁ ଆସିଲେ ବିଭିନ୍ନ ପ୍ରକାର ଚର୍ଚ୍ଚା କରାଯାଏ । ବିଶେଷ କରି କ’ଣ ଖାଇବେ ତା’ର ବିଶେଷ ଧ୍ୟାନ ଦିଆଯାଇଥାଏ । କିନ୍ତୁ ଜ୍ବାଇଁଙ୍କ ଖାଦ୍ୟରେ ୧୭୩ ପ୍ରକାର ବ୍ୟଞ୍ଜନ ପରସାଯିବା ବହୁତ କମ୍ ଯାଗାରେ ହୁଏ ।

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ରହୁଥିବା ଏକ ପରିବାର ଧୁମଧାମରେ ଜ୍ବାଇଁ ଚର୍ଚ୍ଚା କରିଛନ୍ତି । ଜ୍ବାଇଁଙ୍କୁ ସ୍ବାଗତ କରିବାପାଇଁ ଖୋଦ୍ ଶାଶୂ ୧୭୩ ପ୍ରକାର ବ୍ୟଞ୍ଚନ ତିଆରି କରିଛନ୍ତି।

ବାହାଘର ପରେ ଜ୍ବାଇଁ ଚାୱଲା ପ୍ରୀତିଗୁପ୍ତ ଏବଂ ଝିଅ ଶ୍ରୀ ହାରିକାଙ୍କୁ ଘରକୁ ନିମନ୍ତ୍ରଣ କରାଯାଇଥିଲା । ଏହି ଅବସରରେ ଶାଶୂ ଝିଅ ଜ୍ବାଇଁଙ୍କ ପାଇଁ ୧୭୩ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ଆଉ ଏହା ଶାଶୂ ନିଜେ ସବୁ ତିଆରି କରିଥିଲେ । ଶାଶୂଙ୍କୁ ଏତେ ପ୍ରକାର ବ୍ୟଞ୍ଜନ ତିଆରି କରିବାପାଇଁ ୪ ଦିନ ସମୟ ଲାଗିଥିଲା ।