ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋରେ ଡ୍ରାଇଭର-ଡ୍ରାଇଭର ମୁହାଁମୁହିଁ, ରାସ୍ତା କ୍ଲିୟର କରିବାରୁ ପୋଲିସ ସହ ଧସ୍ତାଧସ୍ତି

1 min read

ଭୁବନେଶ୍ୱର: ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋରେ ଡ୍ରାଇଭର-ଡ୍ରାଇଭର ମୁହାଁମୁହିଁ । ରାଜ୍ୟ ଓ ରାଜ୍ୟ ବାହାରର ଡ୍ରାଇଭରଙ୍କ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଛି । ୧୬ ନଂ ରାଜପଥରେ କାଲିଠୁ ମାଲ ପରିବହନ ଗାଡି ଛିଡ଼ାହୋଇ ରାସ୍ତା ଜାମ୍‌ ହୋଇଥିଲା । ଯାହାକୁ ନେଇ ଉଭୟ ଡ୍ରାଇଭରଙ୍କ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ଉପୁଜିଛି । ପୋଲିସ ପହଞ୍ଚି ରାସ୍ତା କ୍ଲିୟର କରି ଗାଡ଼ିଗୁଡ଼ିକୁ ଛାଡ଼ିବାରୁ ପୋଲିସକୁ ମଧ୍ୟ ବିରୋଧ କରିଥିଲେ ଡ୍ରାଇଭର । ଏବେ ରାସ୍ତା କ୍ଲିୟର ହୋଇଥିବା ବେଳେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି ।