ମେକ ଇନ୍ ଓଡ଼ିଶା କନକ୍ଲେଭର ୩ୟ ସଂସ୍କରଣ ପୂର୍ବରୁ ଓଡ଼ିଶା ଆସିବେ ଆସିଆନର ପ୍ରତିନିଧି ଦଳ

ଭୁବନେଶ୍ୱର: ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ପୂର୍ବରୁ ଆସିଆନାର ଏକ ପ୍ରତିନିଧି ଦଳ ଓଡ଼ିଶା ଆସିବେ । ମିଆଁମାର, ଇଣ୍ଡୋନେସିଆ, ଫିଲିଫାଇନ୍ସ, ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଭିଏତନାମ ଆଦି ଦେଶର ପ୍ରତିନିଧି ଓଡ଼ିଶା ଆସିବେ । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କ’ଣ କ’ଣ ସୁଯୋଗ ରହିଛି, ତାହା ବୁଲି ଦେଖିବେ ପ୍ରତିନିଧି ଦଳ ।

ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି ଆଦି କ୍ଷେତ୍ରରେ କ’ଣ ସୁଯୋଗ ରହିଛି, ତାହା ଅନୁଧ୍ୟାନ କରିବେ। ଦିଲ୍ଲୀରେ ୨୭ ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା ବେଶ୍‌ ଉତ୍ସାହଜନକ ରହିଛି । ମେକ୍‌ ଇନ ଓଡିଶା କନକ୍ଲେଭର ତୃତୀୟ ସଂସ୍କରଣକୁ ବିରାଟ ସଫଳତା ମିଳିବ ।

ଦିଲ୍ଲୀ ପରେ ମୁମ୍ବାଇରେ ଖୁବଶୀଘ୍ର ଓଡିଶା ଇନଭେଷ୍ଟର୍ସ ମିଟ ହେବାକୁ ଯାଉଛି । ପରବର୍ତ୍ତୀ ସମୟରେ ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା ଆଦି ସ୍ଥାନରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ ହେବ । ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଏହି ସୂଚନା ଦେଇଛନ୍ତି ।