ମଶାଣୀରେ କାନ୍ଦି ଉଠିଲା ମୃତ ଶିଶୁ, ମେଡିକାଲରେ ଆଖି ବୁଜିଥିଲା

1 min read

ମୟୂରଭଞ୍ଜ: ଘଟଣାଟି ଥରେଇ ଦେଲା ଭଳି  । ଭଗବାନଙ୍କ ଆଶୀର୍ବାଦରେ ଜନ୍ମିତ ସନ୍ତାନକୁ ଦ୍ୱିତୀୟ ଭଗବାନ ମୃତ ଘୋଷଣା କରିଥିଲେ  । ଅର୍ଥାତ ମେଡିକାଲରେ ଜନ୍ମିତ ଶିଶୁ ପୁତ୍ରକୁ ମୃତ ଘୋଷଣା କରିଥିଲେ ମେଡିକାଲ କର୍ତ୍ତୁପକ୍ଷ  । ସେପଟେ ପରିବାର ଲୋକ ଶେଷକୃତ୍ୟ ପାଇଁ ଗାଁକୁ ନେଇଯାଇଥିଲେ  । ଗାତ ଖୋଳି ସମାଧି ଦେବା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିସାରିଥିଲେ  । ଏମିତିକି ଶିଶୁ ପୁତ୍ରକୁ ସମାଧିରେ ଶଆଇ ସାରିଥିଲେ  । କିନ୍ତୁ ସେତିକି ବେଳେ ଯାହା ଘଟିଲା, ତାହା ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା  ।

ମାଟି ଘୋଡ଼ାଇଲା ବେଳକୁ  ଚେଇଁ ଉଠିଲା ମୃତ ନବଜାତକ । ସମାଧି ସ୍ଥଳରେ କାନ୍ଦିବାକୁ ଲାଗିଥିଲା  । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ କରଞ୍ଜିଆ ଅଞ୍ଚଳରେ  । ଖୋଦ ଚିକିତ୍ସାଳୟରୁ ଆସିଛି ଏଭଳି ଅଭିଯୋଗ । ସୂଚନା ମୁତବାକ ବୁଧବାର ଖଡ଼ିକାପଦାର ସୁନିଆ ମୁଣ୍ଡା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଡାକ୍ତର ନବଜାତକର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚକରି ଶିଶୁଟିକୁ ମୃତ ଘୋଷଣା କରିଥିଲେ । ପରିବାର ଲୋକ ଏକ ବ୍ୟାଗରେ ନବଜାତକର ମୃତଦେହ ପୁରାଇ ଶେଷକୃତ୍ୟ ପାଇଁ ଗାଁ ନେଇଥିଲେ ।

ଗାତଖୋଳି ଶିଶୁଟିକୁ ପୋତିବାକୁ ଯାଉଥିବା ବେଳେ ହଠାତ ଶିଶୁଟି କାନ୍ଦିବାରେ ଲାଗିଥିଲା । ପରେ ପୁଣି ଶିଶୁକୁ ଧରି ମେଡିକାଲରେ ଭର୍ତ୍ତି କରିଛନ୍ତି ପରିବାର ଲୋକ । ଏପରି ଦାଇତ୍ଵହୀନ କାର୍ଯ୍ୟ କରିଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର । ଅନ୍ୟପଟେ ଏନେଇ ମେଡିକାଲ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇନାହାନ୍ତି ।Remove term: \ Death Baby \

Leave a Reply