ଯାଜପୁରରେ ଝୁଲନ୍ତା ଅବସ୍ଥାରେ ଭି.ଏଲ.ଡବ୍ଲ୍ୟୁଙ୍କ ମୃତଦେହ ଉଦ୍ଧାର
1 min read
ଯାଜପୁର ଧର୍ମଶାଳା ଥାନା ହରିଦାସପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା । ଏକ କୋଠରୀ ମଧ୍ୟରୁ ମହିଳା ଭି.ଏଲ.ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।
ସୂଚନା ମୁତାବକ,ଆଜି ସ୍ମିତାରାଣୀ ହରିଦାସପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ବଣ୍ଟନ କରିବାକୁ ଯାଇଥିଲେ । କିନ୍ତୁ କିଭଳି ତାଙ୍କର ମୃତ୍ୟୁ ହୋଇଛି,ତାହାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
')}