ପୁଅକୁ ବଞ୍ଚାଇବାକୁ ଯାଇ ମରିଗଲା ମାଆ..

ନବରଙ୍ଗପୁର: ଜନ୍ମ ଦେଇଥିଲା ଜୀବନ ବି ଦେଲା । ପୁଅକୁ ବଞ୍ଚାଇବାକୁ ଯାଇ ମାଆ ମୃତ । ନବରଙ୍ଗପୁର ସହର ସ୍ଥିତ ସଂଖାରି ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଧୋଇବାକୁ ୱାଟର ହିଟରରେ ପାଣି ଗରମ କରୁଥିଲେ ପ୍ରତିମା ବେହେରା । ଏହି ସମୟରେ ପୁଅ ଓ୍ବାଟର ହିଟର ଆଡ଼କୁ ଯାଉଥିବା ବେଳେ ମାଆ ପୁଅକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମାଆ କେବେ ତା ଆଗରେ ନିଜ ଛୁଆର ବିପଦକୁ ଦେଖିପାରିବ ନାହିଁ  ।

ସେଥିପାଇଁ କାଳେ ୱାଟର ହିଟର ପାଖରେ ପିଲାଟି ବିଦ୍ୟୁତ ସଂଯୋଦରେ ଆସିଯିବ ସେଥିପାଇଁ ନିଜେ ଦୈଡ଼ିଯାଇଥିଲେ  ।  ଛୁଆକୁ ବଞ୍ଚାଇବା ସମୟରେ ଗୋଡ଼ ଖସିଯାଇଥିଲା ମାଆର  ।  ସେହି ସମୟରେ ଓ୍ୱାଟର ହିଟର ଉପରେ ପଡ଼ିଯାଇଥିଲେ ପ୍ରତିମା ନାୟକ । ଠିକ ସେତିକିବେଳେ ବିଦ୍ୟୁତ ସଂସ୍ପର୍ଷରେ ଆସି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି  ।  କିନ୍ତୁ ମାଆଟି ମରିବା ପୂର୍ବରୁ  ପୁଅକୁ ବଞ୍ଚାଇ ଦେଇ ଯାଇଛି । ପୋଲିସ ଏ ବିଷୟରେ ଖବର ପାଇ ଘଟଣାସ୍ଥଳରେ ତତକ୍ଷଣାତ୍ ପହଁଚିଥିଲେ  ।  ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଛି ।