ରାଜଧାନୀରେ ଚାଞ୍ଚଲ୍ୟ, ପରିତ୍ୟକ୍ତ କୂଅରେ ବୃଦ୍ଧଙ୍କ ମୃତଦେହ

ଭୁବନେଶ୍ବର:  ଲିଙ୍ଗରାଜ ଥାନା ଲେନ୍ ୮ ର ଏକ ଘର ଭିତରେ ଥିବା ପରିତ୍ୟକ୍ତ କୂଅ ଭିତରୁ ବୃଦ୍ଧଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର । ଭଙ୍ଗା ଘର ଭିତରେ ଏକୁଟିଆ ଜୀବନ ବିତାଉଥିଲେ ୮୦ ବର୍ଷୀୟ ବୃଦ୍ଧ ଅଜିତ କୁମାର ବୀର । ଗତ ତିନିଦିନ ହେବ ସେ ନିଖୋଜ ହୋଇଯାଇଥିଲେ । ତେବେ ସକାଳେ କିଛି ଯୁବକ ସେହି ରାସ୍ତା ଦେଇ ଯାଉଥିବାବେଳେ କୂଅରୁ ଦୁର୍ଗନ୍ଧ ବହାରିବାରୁ ସନ୍ଦେହ ହୋଇଥିଲା ।

ଉକ୍ତ ଯୁବକମାନେ ଦେଖିଥିଲେ ଯେ କୂଅ ଭିତରେ ବୃଦ୍ଧ ଜଣଙ୍କ ମୃତଦେହ  ପଡିଥିଲା  ।  ପରେ ଲିଙ୍ଗରାଜ ଥାନାକୁ ଖବର ଦେଇଥିଲେ । ପୋଲିସ, ଅଗ୍ନିଶମ ବାହିନୀ ଓ ପ୍ରଦୀପ ସେବା ଟ୍ରଷ୍ଟ ପହଞ୍ଚି ଉଦ୍ଧାର କରିଥିଲେ । ମୃତ ଅଜିତଙ୍କ ଫୋନରୁ ତାଙ୍କ ସମ୍ପର୍କୀୟମାନଙ୍କୁ ପୋଲିସ ଖବର ଦେଇଛନ୍ତି । କେଉଁ ପରିସ୍ଥିତିରେ ଏଭଳି ମୃତ୍ୟୁ ହେଲା ସେନେଇ ତଦନ୍ତ ଚାଲିଛି ।

Leave a Reply