କୋଲାବ ଜଳଭଣ୍ଡାରରେ ଭାସୁଛି ନିଖୋଜ ସପ୍ଟୱେର ଇଞ୍ଜିନିୟରଙ୍କ ମୃତଦେହ

କୋରାପୁଟ: କୋଲାବ ଜଳ ଭଣ୍ଡାରରୁ ନିଖୋଜ ସପ୍ଟୱେର ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର । ଜଳ ଭଣ୍ଡାରର ପୋଲ ନିକଟରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ମୃତକ ହେଲେ କୋରାପୁଟ ସହରର ପୂଜାରିପୁଟର ସମୀର ପାଢୀ । ହାଇଦ୍ରାବାଦରେ ଚାକିରି କରୁଥୁଲେ ସମୀର । ଗତ ୩ ଦିନ ତଳେ ହାଇଦ୍ରାବାଦରୁ ଘରକୁ ଆସିଥିଲେ । ହେଲେ ସେ ଗତ ୨ଦିନ ହେଲା ନିଖୋଜ ଥିଲେ ।
ସମୀରଙ୍କ ବାଇକଟି ରେଳ ପୋଲ ନିକଟରୁ ଉଦ୍ଧାର କରାଯାଇଥିଲା । ତେବେ ସେ ବାଇକ ରଖି ପ୍ରାୟ ୧୦୦ ମିଟର ଉଚ୍ଚାଥିବା ପୋଲରୁ ଜଳ ଭଣ୍ଡାରକୁ ଡେଇଁ ଆତ୍ମ ହତ୍ୟା କରିଥିବା ଅନୁମାନ କରାଯାଇଛି । ପୋଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇଛି । ମୃତ୍ୟୁର ପ୍ରକୃତ କାରଣ କଣ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।