ତାରା ତାରିଣୀଙ୍କର ଆଜି ଦ୍ବିତୀୟ ଚୈତ୍ର ମଙ୍ଗଳବାର, ପୀଠକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ

ଗଞ୍ଜାମ: ଚଳଚଞ୍ଚଳ ଗଞ୍ଜାମର ରତ୍ନଗିରି ପାହାଡ଼ । ମାଆ ତାରା ତାରିଣୀଙ୍କର ଆଜି ଦ୍ବିତୀୟ ଚୈତ୍ର ମଙ୍ଗଳବାର । ମାଆଙ୍କ ଦର୍ଶନ ପାଇଁ ପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ରାଜ୍ଯ ତଥା ରାଜ୍ଯ ବାହାରୁ ତାରାତାରିଣୀ ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ।  ମନସ୍କାମନା ପୂର୍ଣ୍ଣ ହେବା ଲାଗି ମାନସିକଧାରୀ ମାନେ ମୁଣ୍ଡନ କରିବା ସହ ଅନେକ ଭକ୍ତ ୯୯୯ ପାହାଚ ଚଢ଼ି ମାଆଙ୍କୁ ଦର୍ଶନ କରୁଛନ୍ତି ।

ଚୈତ୍ର ଯାତ୍ରା ସମୟରେ ମାଆଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ଅତୁଟ ବିଶ୍ବାସ। ଭୋରରୁ ଦ୍ବାରଫିଟା ସହ ଅନ୍ୟାନ୍ୟ ନୀତି ପରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି । ଭକ୍ତ ମାନଙ୍କ ନିମନ୍ତେ ପାନୀୟ ଜଳ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ ସହ ପାହାଡ ଉପରକୁ ଯାଇ ମାଆଙ୍କୁ ଦର୍ଶନ କରିବା ନିମନ୍ତେ ୨୦ରୁ ଅଧିକ ସିଟି ବସର ବ୍ୟବସ୍ଥା କରାଯାଇଛି ।