ମୁଖ୍ଯମନ୍ତ୍ରୀଙ୍କ ଆଶୀର୍ବାଦ ନେବା ପାଇଁ ନବୀନ ନିବାସରେ ଭିଡ

ଭୁବନେଶ୍ୱର : ୧୨୮ ବିଧାନସଭା ଓ ୧୮ ଲୋକସଭା ଦଖଲ କରିବାକୁ ବିଜେଡିର ଲକ୍ଷ୍ୟ । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ଦେଶର ରାଜନୀତିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ । ଏଥିପାଇଁ ଟିକେଟ ଘୋଷଣା ପରେ ନିର୍ବାଚନମଣ୍ଡଳୀରେ ଉତ୍ସାହ ଦେଖାଦେଇଛି  । ପ୍ରାର୍ଥୀମାନେ ଶ୍ରୀଜଗନ୍ନାଥ ଓ ନିର୍ବାଚନମଣ୍ଡଳୀର ଦେବଦେବୀଙ୍କ ଆଶୀର୍ବାଦ ଦେଇ ପ୍ରଚାରର ଶୁଭାରମ୍ଭ କରିଛନ୍ତି  ।  ମୁଖ୍ଯମନ୍ତ୍ରୀଙ୍କ ଆଶୀର୍ବାଦ ନେବା ଲାଗି ନବୀନ ନିବାସରେ ଭିଡ ଜମୁଛି।  ନିର୍ବାଚନମଣ୍ଡଳୀରେ ଜନସେବା ପାଇଁ ସଂକଳ୍ପ। ବିଜୟ ପାଇଁ ଗୁରୁମନ୍ତ୍ର ଦେଉଛନ୍ତି ନବୀନ । ରାଜ୍ଯର ପ୍ରଥମ ରାଜନୈତିକ ଦଳ ଭାବେ ବିଜେଡି ୭୨ ଜଣ ବିଧାୟକ ଓ ୧୫ ଜଣ ସାଂସଦ ପ୍ରାର୍ଥୀ ଘୋଷଣା କରିଛି । ଏହା ପରେ ନବୀନ ନିବାସରେ ଲାଗିଛି ନେତାଙ୍କ ଗହଳି । ଟିକେଟ ପାଇଥିବା ନେତାମାନେ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଓ କୃତଜ୍ଞତା ଜଣାଉଛନ୍ତି । ବିଜେଡିର ବଡ଼ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେବା ସହ ସମନ୍ବୟ ରକ୍ଷା କରି କାମ କରିବାକୁ ପରାମର୍ଶ ଦେଉଛନ୍ତି । ଲୋକଙ୍କ ସହ ରହି  ନିର୍ବାଚନମଣ୍ଡଳୀର ବିକାଶକୁ ତ୍ବରାନ୍ବିତ କରିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।