ବସକୁ ଧକ୍କା ଦେଲା କଣ୍ଟେନର, ୧୦ ଯାତ୍ରୀ ଆହତ
1 min read
ଜଳେଶ୍ୱର: ଜଳେଶ୍ବର NH-60 ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ଦୁର୍ଘଟଣା । ବସ୍କୁ ପଛରୁ ଧକ୍କା ଦେଲା କଣ୍ଟେନର । ୧୦ ଜଣ ଯାତ୍ରୀ ଆହତ ହୋଇଥିବା ଡ୍ରାଇଭର ଓ ହେଲପର ଗୁରୁତର ହୋଇଛନ୍ତି । ପଶ୍ଚିମବଙ୍ଗରୁ ବାଲେଶ୍ବର ଅଭିମୁଖେ ଆସୁଥିବା ବସ୍କୁ ଧକ୍କା ଦେଇଥିଲା କଣ୍ଟେନର । ଏବେ ବି ଉଦ୍ଧାର କର୍ଯ୍ୟ ଜାରି ରହିଛି । ତେବେ କୁହୁଡି କାରଣରୁ କଣ୍ଟେନର ଟି ଧକ୍କା ଦେଇଥିବା ଅନୁମାନ କରାଯାଉଛି । ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।