ଶ୍ରୀମନ୍ଦିର ବ୍ୟାରିକେଡରେ ଫସିଗଲା କୁନି ଶିଶୁର ମୁଣ୍ଡ

ପୁରୀ: ପୁରୀ ଶ୍ରୀମନ୍ଦିର ସ୍ନାନ ବେଦୀ ନିକଟରେ ଅଘଟଣ । ବ୍ୟାରିକେଡରେ ଫସିଲା କୁନି ଶିଶୁର ମୁଣ୍ଡ । ୭ ବର୍ଷର ଶିଶୁ ପୁତ୍ରଟି ସ୍ନାନବେଦୀ ନିକଟରେ ଖେଳୁଥିବାବେଳେ ବ୍ୟାରିକେଡରେ ତାର ମୁଣ୍ଡଟି ପଶି ଯାଇଥିଲା । ପରିବାର ଲୋକେ ଅନେକ ଚେଷ୍ଟା ପରେ ନ ବାହାରିବାରୁ ସୁରକ୍ଷାକର୍ମୀଙ୍କୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ସହାୟତାରେ କଟକରେ ବ୍ୟାରିକେଡ କାଟି ଶିଶୁଟିକୁ ଉଦ୍ଧାର କରିଛନ୍ତି ।

ପ୍ରାୟ ଅଧଘଣ୍ଟା ପରିଶ୍ରମ ପରେ ଶିଶୁକୁ ଉଦ୍ଧାର କରିଥିଲେ ଅଗ୍ନିଶମ କର୍ମଚାରୀ । କୋରାପୁଟ ଜିଲ୍ଲା ଜୟପୁରରୁ ପୁରୀ ବୁଲିବାକୁ ଆସିଥିଲେ ବୁଧିଆ ନାୟକ, ପ୍ରିୟଂସୀ ଓ ତାଙ୍କ ପୁଅ । ଶ୍ରୀମନ୍ଦିର ସ୍ନାନ ମଣ୍ଡପ ନିକଟରେ ଖେଳୁଥିବାବେଳେ ଏପରି ଅଘଟଣ ଘଟିଥିଲା । ତେବେ ଶିଶୁଟି ଉଦ୍ଧାର ପରେ ସଂମ୍ପୂର୍ଣ୍ଣ ସୁସ୍ଥ ଥିବା ଅଗ୍ନିଶମ କର୍ମଚାରୀ ସୂଚନା ଦେଇଛନ୍ତି ।