ଭୁବନେଶ୍ୱରରୁ ଚିହ୍ନଟ ହେଲେ ଜଣେ ବ୍ରିଟେନ ଫେରନ୍ତା

Indigo To Start Flight Service From Jeypore Airport On 2nd November

ଭୁବନେଶ୍ୱର; ବ୍ରିଟେନ ଫେରନ୍ତା ଜଣେ ବ୍ୟକ୍ତିଙ୍କୁ ଭୁବନେଶ୍ୱରରୁ ଚିହ୍ନଟ କରାଯାଇଛି।  ଚିହ୍ନଟ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ସୂଚନା ରହିଛି। ବର୍ତ୍ତମାନ ଚିହ୍ନଟ ବ୍ୟକ୍ତିଙ୍କୁ ସରକାରୀ ସଂଗରୋଧରେ ରଖାଯାଇଛି।

ଚିହ୍ନଟ ବ୍ୟକ୍ତି ଓ ତାଙ୍କ ପରିବାର ସମସ୍ତ ସଦସ୍ୟ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କର କରୋନା ପରୀକ୍ଷା କରାଯାଇଛି। ତେବେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ସତର୍କତା ଅବଲମ୍ବନ କରିବା ସହ କଟକଣା ମଧ୍ୟରେ ରହିବାକୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି।

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍‌କୁ ନଜରରେ ରଖି ରାଜ୍ୟ ସରକାର ଭୁବନେଶ୍ୱର ବିମାନ ବନ୍ଦର ଉପରେ କଡ଼ା ନଜର ରଖିଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିଶନଙ୍କ ନିର୍ଦ୍ଦେଶ ପରେ ଗତ ୧୪ଦିନ ଭିତରେ ବ୍ରିଟେନରୁ ଆସିଥିବା ସମସ୍ତ ଯାତ୍ରୀଙ୍କର ଲିଷ୍ଟ ଖୋଜା ଚାଲିଛି। ୧୪ ଦିନ ଭିତରେ ବ୍ରିଟେନରୁ ଆସିଥିବା ଯାତ୍ରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ କରୋନା ଟେଷ୍ଟ କରାଯାଉଛି। ପଜିଟିଭ୍ ଚିହ୍ନଟ ଯାତ୍ରୀଙ୍କୁ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି। ତେବେ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ପୂରା ପରିବାର ଲୋକଙ୍କ କରୋନା ଟେଷ୍ଟ କରାଯିବ। ଅନ୍ୟପଟେ ପଜିଟିଭ୍ ଚିହ୍ନଟ ଯାତ୍ରୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ଦିଆଯିବ ନାହି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ସ୍ପଷ୍ଟ କରିଛନ୍ତି।

Leave a Reply