spot_img

Latest Posts

ଦୀର୍ଘ ୪୦ ବର୍ଷର ସମ୍ପର୍କ; ହେଲେ ମୃତ୍ୟୁ ପରେ ଶବ ସତ୍କାର ପାଇଁ ଦେଲେନି କାନ୍ଧ

ଜଗତସିଂହପୁର : ଦୀର୍ଘ ୪୦ ବର୍ଷର ସମ୍ପର୍କ । ହେଲେ ମୃତ୍ୟୁ ପରେ ଶବ ସତ୍କାର ପାଇଁ ଦେଲେନି କାନ୍ଧ । ଏକ ପରିତ୍ୟକ୍ତ ଘରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ପରେ ଘନେଇଛି ରହସ୍ୟ । ଏରସମା ବ୍ଲକ ଶଙ୍ଖା ଗାଁର ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତକ ହେଲେ ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ଶଙ୍ଖା ଗ୍ରାମର ମେନକା ମଣ୍ଡଳ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମେନକା ଦୀର୍ଘ ୪୦ ବର୍ଷ ଧରି ନୃସିଂହ ମଙ୍ଗଳଙ୍କ ସହ ରହୁଥିଲେ । ତେବେ ଗତ କିଛିବର୍ଷ ହେବ ତାଙ୍କୁ ଏକ ପରିତ୍ୟକ୍ତ ଓ ଭଙ୍ଗା ଘରେ ରଖାଯାଉଥିଲା । କୌଣସି କାରଣରୁ ମେନକାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶବ ସତ୍କାର କରିବାକୁ ନୃସିଂହ ରାଜି ହୋଇନଥିଲେ ।

ଦୀର୍ଘ ସମୟ ଧରି ମୃତଦେହ ପଡ଼ି ରହିବା ପରେ ଗ୍ରାମବାସୀ ଏରସମା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧା କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ବିଭିନ୍ନ ନମୁନା ସଂଗ୍ରହ କରିଛି । ମେନକାଙ୍କ ମୃତ୍ୟୁ ପଛରେ ନୃସିଂହଙ୍କ ହାତ ଥାଇପାରେ ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

Latest Posts

Don't Miss