ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଚାଳକଙ୍କ ମୃତ୍ୟୁ

ରାୟଗଡା: ରାୟଗଡା ମୁନିଗୁଡ଼ା ଥାନା ହୁକୁମତୋଳା ଭୈରବୀ ମନ୍ଦିର ନିକଟରେ ଦୁର୍ଘଟଣା । ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ସେହିପରି ବାଇକରେ ବସିଥିବା ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି ।

ମୃତକ ହେଲେ ରାମନାକୁପୁଲି ଗାଁର ଧନୁର୍ଜୟ ମାଣ୍ଡିକା । ଧନୁର୍ଯ୍ୟୟ ଜଣେ ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ଗତକାଲି ମୁନିଗୁଡ଼ାରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମୁନିଗୁଡ଼ା ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ତଦନ୍ତ କରୁଛି ପୋଲିସ ।