ମାଲକାନଗିରିରେ ଓଡ଼ିଶା ପୋଲିସର ବଡ଼ ଅପରେସନ୍‌ ସଫଳ

ମାଲକାନଗିରିରେ ଓଡ଼ିଶା ପୋଲିସର ବଡ଼ ଅପରେସନ୍‌ ସଫଳ ହୋଇଛି । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଗତ ୧୫ତାରିଖରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହାପରେ ଓଡ଼ିଶା ପୋଲିସ ପକ୍ଷରୁ ୩ଦିନ ଧରି ଅପରେସନ୍‌ କରାଯାଇଥିଲା । ଏଥିରେ ଓଡ଼ିଶା ପୋଲିସକୁ ବିଏସଏଫ୍ ଓ ସିଆରପିଏଫ୍‌ ସହଯୋଗ କରିଥିଲେ । ଏନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି । ମାଲକାନଗିରି ଯୋଡାମ୍ବରେ ଅଢେଇ କୋଟି ଟଙ୍କା ବିନିମୟରେ ପୋଲିସ ଥାନା ପ୍ରତିଷ୍ଠା ହେବ । ସ୍ୱାଭିମାନ ଅଞ୍ଚଳରେ ଏହା ଦ୍ୱିତୀୟ ଥାନା ହେବ । ଏହା ପୂର୍ବରୁ ପେପରମାଟଲାରେ ଗୋଟିଏ ଥାନା ରହିଛି ।

Leave a Reply