ରାସ୍ତା ମଝିରେ ବିରାଟ ବଡ ଗାତ

କଟକ: ରାଜରାସ୍ତାରେ ଅନେକ ସମୟରେ ହେଉଛି ଦୁର୍ଘଟଣା । ଏହି ଦୁର୍ଘଟଣା ସମୟରେ ଅନେକ ଥର ଚାଳକଙ୍କର ଭୁଲ୍ ଥିବା ବେଳେ ଆଉ କେତେ ବେଳେ ରାଜରାସ୍ତାର ସ୍ଥିତିକୁ ନେଇ ବି ଦୁର୍ଘଟଣା ହୋଇଥାଏ । ବର୍ତ୍ତମାନ ବଡ ବଡ ସହରର ରାଜରାସ୍ତାରେ ବି ସ୍ଥିତି ସାଂଘାତିକ । ସେମିତି ଏକ ଚିତ୍ର ଦେଖିବାକୁ ମିଳିଛି କଟକରେ । ଯେଉଁଠି ରାସ୍ତା ମଝିରେ ଦେଖିବାକୁ ମିଳିଛି ବିରାଟ ବଡ ଗାତ । କଟକ ସିଡିଏ ୭ ନମ୍ବର ଥାନା ସମ୍ମୁଖ ରାସ୍ତାରେ ସୃଷ୍ଟି ହୋଇଛି ବିରାଟ ଗାତ । ଜାଇକା କାମ ଏହି ରାସ୍ତାରେ ସରିଥିବା ବେଳେ ବର୍ଷା କାରଣରୁ ମାଟି ଧସି ଏପରି ଗାତ ସୃଷ୍ଟି ହୋଇଛି । ଏବେ ଏହି ଗାତ 10 ଫୁଟ ଗୋଲେଇର ହୋଇ ସାରିଲାଣି । ଏହାର ତୁରନ୍ତ ପ୍ରତିକାର କରାନଗଲେ ପାଖରେ ଥିବା ଘର ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି ।