spot_img

Latest Posts

ହୁତୁହୁତୁ ହୋଇ ଜଳିଗଲା କାର୍, ୫ ଜୀବନ୍ତ ଦଗ୍ଧ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଆଜି ସକାଳୁ ଘଟିଛି ଏକ ଭୟଙ୍କର ଦୁର୍ଘଟଣା। କଣ୍ଟେନର ସହ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେର ଖାଣ୍ଡୌଲି ଅଞ୍ଚଳରେ ଘଟିଥିଲା ଭୟଙ୍କର ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, କଣ୍ଟେନରେ ଡିଜେଲ ଥିବା ବେଳେ କାରକୁ ଧକ୍କା ଦେବାରୁ ଭୟଙ୍କର ବବିସ୍ଫୋରଣ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ଟି ହୁତୁହୁତୁ ହୋଇ ଜଳିବା ଆରମ୍ଭ କରିଥିଲା। କାର୍‌ ମଧ୍ୟରେ ଫସିଥିବା ଲୋକମାନେ ସହଯୋଗ ପାଇଁ ଚିତ୍କାର କରିଥିଲେ। ହେଲେ ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ କେହି ବି ଏହା ପାଖକୁ ଯିବାକୁ ସାହାସ କରିପାରିନଥିଲେ। ଫଳରେ କାରରେ ଥିବା ସମସ୍ତ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପରେ ମୃତ ଦେହ ଉଦ୍ଧାର ହୋଇଛି।

ସୂଚନା ଅନୁଯାୟୀ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ଲକ୍ଷ୍ନୌରେ ରୁହନ୍ତି। ସେମାନେ କାର୍‌ ଯୋଗେ ଆଜି ଭୋର୍‌ରୁ ନୋଏଡା କିମ୍ବା ଦିଲ୍ଲୀ ଯାଉଥିଲେ। ତେବେ ଭୁଲ ରାସ୍ତାରେ ଆସୁଥିବା ଗୋଟିଏ କଣ୍ଟେନର ଟ୍ରକ ସେମାନଙ୍କ କାର୍‌କୁ ସାମ୍ନା ପଟୁ ଧକ୍କା ଦେଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁ ରହିଛନ୍ତି। ପୁଲିସ୍‌ ଘଟଣା ଘଟିବାର ଗୋଟିଏ ଘଣ୍ଟା ପରେ ଘଟଣାସ୍ଥଳକୁ ଆସି ବ୍ୟାରିକେଡ୍‌ କରି ତଦନ୍ତ ଆରମ୍ଭ କରିଥିବା ସ୍ଥାନୀୟ ଲୋକ କହିଛନ୍ତି।

 

Latest Posts

Don't Miss