ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଚାଲି ଚାଲି ଫେରୁଥିବା ବେଳେ ୬୦ ବର୍ଷର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ବାଲେଶ୍ୱର: ଘର ବାହୁଡା ବେଳେ ପ୍ରବସୀ ଶ୍ରମିକଙ୍କ ଅଧାବାଟରେ ମୃତ୍ୟୁ ହୋଇଛି । ବାଲେଶ୍ୱର ସୋର ବରଫ ଛକ ନିକଟରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ବୃଦ୍ଧ ଜଣକ ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଚାଲି ଚାଲି ଫେରୁଥିଲେ ।
୧୬ ନମ୍ବର ଜାତୀୟ ରାଜପଥ ବରଫ ଛକ ନିକଟରେ ଏକ ଦୋକାନ ବାରଣ୍ଡାରେ ବିଶ୍ରାମ ନେଉଥିବା ବେଳେ ତାଙ୍କର ହଠାତ୍ ମୃତ୍ୟୁ ଘଟିଛି । ମୃତକଙ୍କ ବୟସ ପ୍ରାୟ ୬୦ ବର୍ଷ ବୋଲି ସୂଚନା ରହିଥିଲା । ଗତ ୫ ଦିନ ତଳେ ହାଇଦ୍ରାବାଦରୁ ଚାଲିଚାଲି ସେ ପଶ୍ଚିମବଙ୍ଗ ଫେରୁଥିଲେ ।