ଗୁଣ୍ଡଳବା ନିକଟ ସମୁଦ୍ର କୂଳରେ ୩୦ଫୁଟର ତିମି

1 min read

କୋଣାର୍କ: ଅସ୍ତରଙ୍ଗର ଗୁଣ୍ଡଳବା ନିକଟ ସମୁଦ୍ର କୂଳରେ ଏକ ଠାବ ହୋଇଥିବା ବିଶାଳକାୟ ତିମି ମାଛର ମୃତଦେହକୁ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଜେସିବି ମେସିନ ସାହାଯ୍ୟରେ ଉଦ୍ଧାର କରାଯାଇଛି । ପଶୁ ଚିକିତ୍ସକଙ୍କ ଦ୍ଵାରା ମୃତଦେହର ବ୍ୟବଛେଦ କରାଯିବା ପରେ ମୃତତିମିର କିଡନୀରେ କ୍ଷତ ସୃଷ୍ଟି ହେବା ସହ ଦେହରେ ମଧ୍ୟ ଅନେକ ସ୍ଥାନରେ କ୍ଷତ ରହିଥିବା ଜଣାପଡିଛି । ଦେଢ଼ ମାସରୁ ଦୁଇ ମାସ ହେଲା ତିମିଟି ମୃତ୍ୟୁ ହୋଇଥିବା ସ୍ତାନୀୟ ପଶୁ ଚିକିତ୍ସକ କହିଛନ୍ତି । ଟ୍ରଲର କିମ୍ବା  ଜାହାଜ ମାଡରେ ତିମିର ମୃତ୍ୟୁ ହୋଇଥିବା ସେ କହିଛନ୍ତି । ଗତକାଲି ସନ୍ଧ୍ୟାରେ ମୃତଦେହଟି ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେବା ପରେ ଆଜି ସକାଳୁ ଅସ୍ତରଙ୍ଗ ବନ କର୍ମଚାରି ମାନେ ପହଂଚି ତିମି ମାଛକୁ ଉଦ୍ଧାର କରିଥିଲେ । ମୃତ ତିମିଟି  ୩୦ଫୁଟରୁ ଊର୍ଦ୍ଧ୍ୱ ଲମ୍ବା ହେବ । ଏହି ତିମି ମାଛଟି blue wheell ପ୍ରଜାତିର ହେବ ବୋଲି ଜଣା ପଡ଼ିଛି । ବ୍ୟବଚ୍ଛେଦ ପରେ ସମୁଦ୍ର କୂଳରେ ତିମିର ଗଳିତ ଦେହକୁ ବନ ବିଭାଗ ପକ୍ଷରୁ ସମୁଦ୍ରକୂଳରେ ପୋତା ଯାଇଛି  ।

Leave a Reply