spot_img

Latest Posts

ରିଲ କରୁ କରୁ ଚାଲିଗଲା ଜୀବନ: ବହୁତଳ କୋଠାରୁ ଖସିପଡି ପ୍ରାଣ ହରାଇଲେ ୨୦ ବର୍ଷୀୟା ଯୁବତୀ

ବେଙ୍ଗାଲୁରୁ:  ରିଲ କରୁ କରୁ ଚାଲିଗଲା ଜୀବନ। ବେଙ୍ଗାଲୁରୁରେ ଘଟିଲା ଅଘଟଣ। ପାରାପ୍ପାନା ଅଗ୍ରାହାରାସ୍ଥିତ ଏକ ନିର୍ମାଣାଧୀନ ବହୁତଳ କୋଠାରୁ ଖସିପଡି ପ୍ରାଣ ହରାଇଛନ୍ତି ଜଣେ ୨୦ ବର୍ଷ ବୟସ୍କା ଯୁବତୀ। ସେ ୧୩ତମ ମହଲାରୁ ଖସିପଡ଼ି ହରାଇଛନ୍ତି ଜୀବନ। ପୋଲିସ ସୂତ୍ରରୁ ପ୍ରକାଶ, ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ଓ ଯୁବତୀ ୧୩ତମ ମହଲାକୁ ଯାଇଥିଲେ। ତେବେ ସେଠାରେ ରିଲେସନସିପ ପ୍ରସଙ୍ଗ ନେଇ ସେମାନଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବତୀଜଣକ ଏକ ସ୍ୟାଡ ରିଲ ସୁଟିଂ କରୁଥିଲେ। ତେବେ ଲିଫ୍ଟ ଲାଗି ରହିଥିବା ଖୋଲାସ୍ଥାନରେ ସେ ତଳକୁ ଖସିପଡିଥିଲେ। ମୃତକଙ୍କ ଘରହେଉଛି ବିହାରେ। ସେ ବେଙ୍ଗାଲୁରୁର ଏକ ସପିଙ୍ଗ ମାର୍ଟରେ କାମ କରୁଥିଲେ। ଏହି ଘଟଣା ପରେ ସମସ୍ତେ ସେଠାରୁ ପଳାଇଯାଇଥିଲେ। ଡିସିପି ଫତିମା କହିଛନ୍ତି- ସେମାନେ କୋଠା ଉପରେ ପାର୍ଟି କରୁଥିଲେ। ପରେ ସେମାନେ ରିଲ୍ସ ସୁଟିଂ କରିବା ଲାଗି ଯୋଜନା କରିଥିଲେ। ସେଠାରେ ଯୁବତୀଙ୍କ ଗୋଡ଼ ଖସିଯିବାରୁ ସେ ପ୍ରାଣ ହରାଇଥିଲେ। ଏହି ଘଟଣାର ତଦନ୍ତ ଜାରି ରହିଛି।

Latest Posts

Don't Miss