କାଳ ହେଲା ସର୍ଟ ସର୍କିଟ, ନିଆଁ ଆଁରେ ଜଳିଗଲା ୬ ଜୀବନ

ଗାଜିଆବାଦ: ସର୍ଟ ସର୍କିଟ୍ କାରଣରୁ ଘରେ ଲାଗିଲା ନିଆଁ । ଘଟଣା ସ୍ଥାନରେ ୬ଜଣଙ୍କ ମୃତ୍ୟୁ । ସେମାନଙ୍କ ମଧ୍ୟରେ ୫ଜଣ ଥିଲେ ଶିଶୁ ।
ସୂଚନା ମୁତାବକ ଲୋନି ବର୍ଡର ପୋଲିସ ଷ୍ଟେସନ ଅନ୍ତର୍ଗତ ଆଜାଦ୍ କଲୋନୀରେ ଥିବା ଏକ ଘରେ ରବିବାର ରାତିରେ ସର୍ଟ ସର୍କିଟ୍ ହୋଇ ଲାଗିଥିଲା ନିଆଁ ।
ସେମାନଙ୍କ ମଧ୍ୟରେ ପ୍ରବିନ(୪୦ବର୍ଷ), ଫତିମା(୧୨ବର୍ଷ), ସହିମା(୧୦ବର୍ଷ), ରାତିୟା(୮ବର୍ଷ), ଅବଦୁଲ୍ ଆହାଦ୍(୫ବର୍ଷ) ଥିଲେ । ପରେ ଘଟଣା ସ୍ଥଳରେ ପୋଲିସ ଓ ଦମକଳ ବିଭାଗ ପହଞ୍ଚି ତନାଘନା ଆରମ୍ଭ କରିଥିଲା ।