spot_img

Latest Posts

ଗହଣା ଲୁଟିବାକୁ ଆସିଥିବା ବେଳେ ବ୍ୟାଟରେ ଛେଚିଲା ଦୋକାନୀ

ଚଣ୍ଡିଗଡ଼: ଲୁଟେରାକୁ ମହଙ୍ଗା ପଡ଼ିଲା ସୁନା ଚୋରି ଉଦ୍ୟମ । ସୁନା ଦୋକାନକୁ ଲୁଟ୍ କରିବାକୁ ଆସିଥିବା ବେଳେ ବ୍ୟାଟରେ ପିଟିଲା ଦୋକାନୀ । ମାଡ଼ଖାଇ ବିଚଳିତ ହୋଇ ବନ୍ଧୁକ ଦେଖାଇ ଦୌଡ଼ିପଳାଇଲେ ଲୁଟେରା । ଘଟଣାଟି ହେଉଛି ପଞ୍ଜାବର ମୋଗା ସହରର । ମୋଗା ସହରର ମୁଖ୍ୟ ବଜାରରେ ସାଦିୟୋଡା ଜୁଏଲର୍ସ ନାମରେ ଗୋଟିଏ ସୁନା ଦୋକାନକୁ ଲୁଟ ଉଦ୍ୟମରେ ଆସିଥିଲା ଲୁଟେରା । କିନ୍ତୁ ଜଣେ ଲୁଟେରା ହାତରେ ବନ୍ଧୁକ ଧରି ଦୋକାନୀକୁ ଡରାଇବା ସହ ଡକାୟତି କରିବାକୁ ଚେଷ୍ଟା କରିଥିଲା ।

ଦୋକାନର ମାଲିକ କୁଲବନ୍ତ ସାଦିୟୋଡା କହିଛନ୍ତି ଯେ, ଡକାୟତ କିପରି ସୁନା କଡ଼ା ନେବା ବାହାନାରେ ଦୋକାନରେ ପ୍ରବେଶ କରିଥିଲା। ଏହା ପରେ ସେ ପିସ୍ତଲ ଦେଖାଇ ସମସ୍ତ ସୁନା ଦେବାକୁ କହିଥିଲା। ଡକାୟତ ଦୋକାନ ମାଲିକଙ୍କୁ କହିଲା, ମୋତେ ଅଳଙ୍କାର ଦେଇ ଦିଓ, ମୁଁ ଲୁଟ କରିବାକୁ ବାଧ୍ୟ ହୋଇଛି । ଏହା ପରେ ଦୋକାନୀ କହିଛି ଯେ, ମୋର ଅସହାୟତା ଅଛି, ଝାଳ ବୁହା ପରିଶ୍ରମ କରି ମୁଁ ଏହି ଦୋକାନ କରିଛି, ତେଣୁ ମୁଁ ତାହା ଦେବି ନାହିଁ । ତା’ପରେ ଡକାୟତ କହିଲା ଯେ ଯଦି ମୁଁ ଗୁଳି କରିଦେବି, ତେବେ ଦୋକାନୀ କହିଲା ଯେ ମୋତେ ମାରିଦିଅ ପଛେ, କିନ୍ତୁ ମୁଁ ଦେବି ନାହିଁ।

ଏହା ପରେ ଦୋକାନୀ ସେଠାରୁ ଚାଲିଗଲେ ଏବଂ ଲୁଟେରା ଦୋକାନରୁ ଅଳଙ୍କାର ନେବାକୁ ଲାଗିଲା । ଦୋକାନରୁ ଲୁଟ୍ ହେଉଥିବା ଦେଖି ଦୋକାନୀ ଶାହସ କରି ବ୍ୟାଟରେ ଲୁଟେରାକୁ ମାରିବାକୁ ଲାଗିଲା । ପରେ ଡକାୟତ ବନ୍ଧୁକ ଦେଖାଇ ଦୌଡ଼ି ପଳାଇ ଲାଗିଲା । ତେବେ ଘଟଣା ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଡକାୟତି ଉଦ୍ୟମର ପୁରା ଘଟଣା ଦୋକାନରେ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସିସିଟିଭି ଆଧାରରେ ପୋଲିସ ଡକାୟତମାନଙ୍କୁ ଖୋଜିବାକୁ ଚେଷ୍ଟା କରୁଛି ।

Latest Posts

Don't Miss