ଖୋଲିବ ଅଭୟ ପାଠକଙ୍କ ପାପ ପେଡ଼ି, ୭ଟି ସ୍ଥାନରେ ଚଢ଼ାଉ କରୁଛି SITର ୧୨ଟି ଟିମ୍

1 min read

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଘାଣ୍ଟି ହେଲେଣି ଅଭୟକାନ୍ତ ପାଠକ ଏବଂ ଆକାଶ ପାଠକ । କେଉଁଠୁ ଆସୁଥିଲା ପୁଳା ପୁଳା ଟଙ୍କା ? ରୋଜଗାରର ମାଧ୍ୟମ କଣ ଥିଲା ? ତାକୁ ନେଇ ଖୋଳତାଡ଼ କରୁଛି SIT । ଅଭୟକାନ୍ତଙ୍କ ଅମାପ ସମ୍ପତ୍ତି ନେଇ ଏସଆଇଟିର ଖୋଳତାଡ ଆରମ୍ଭ ହୋଇଛି । ଗୋଟିଏ ପରେ ଗୋଟିଏ ଜାଗାରେ ଚଢ଼ାଉ  କରୁଛି SIT । ଆଜି ସକାଳୁ ସକାଳୁ ଅଭୟ କାନ୍ତଙ୍କ ଘରେ ଚଢ଼ାଉ ହୋଇଛି । ୧୨ଟି ଟିମ୍‌ ଏହି ଚଢ଼ାଉରେ ନିୟୋଜିତ ହୋଇଛନ୍ତି । ମୋଟ ୭ଟି ସ୍ଥାନରେ ଚଢ଼ାଉ କରିଛି SIT ଟିମ୍‌ । ତେବେ ଏଥିରୁ ବାଦ ପଡ଼ିନାହିଁ ସରକାରୀ ବାସଭବନ । ସରକାରୀ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଏବେ ଜାରି ରହିଛି । ପିସିସିଏଫ କାର୍ଯ୍ୟାଳୟରେ ଗୋଟିଏ ଟିମର ଚଢ଼ାଉ ଜାରି ରହିଛି । ତେବେ ଆଜି SITର ପ୍ରଥମ ଜେରା ଆରମ୍ଭ ହୋଇଛି  । ପ୍ରଥମ ଆଟାକ ହୋଇଛି ୫ଟି ବ୍ୟାଙ୍କ ଏବଂ ଅଭୟଙ୍କ ଡ୍ରାଇଭର ଉପରେ ।

ଏହା  ପୂର୍ବରୁ ଗତ ୨୫ ତାରିଖରେ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଭୁବନେଶ୍ୱର ୟୁନିଟ୍-୯ରେ ଥିବା ସରକାରୀ ବାସଭବନ ଓ ରାଜ୍ୟ ଏବଂ ରାଜ୍ୟ ବାହାରର ପ୍ରାୟ ୧୩ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ଦୁଇ ଦିନ ଧରି ଭିଜିଲାନ୍ସ ରେଡରେ ବାହାରିଥିଲା ଅମାପ ସମ୍ପତ୍ତି  । ଭୁବନେଶ୍ୱର ଘାଟିକିଆ ଅଞ୍ଚଳରେ ରହୁଥିବା ପୁତୁରା ହର୍ଷ ପାଠକଙ୍କ ଫ୍ଲାଟ୍‌ରେ ମଧ୍ୟ ଚଢଉ ହୋଇଥିଲା ।

ଫ୍ଲାଟରୁ ନଗଦ ୫୦ଲକ୍ଷ ଟଙ୍କା ଜବତ ହୋଇଥିଲା । ଠିକ୍ ସେହିଭଳି ମୁମ୍ବାଇ, ପୁନେ, ପାଟନା, ବିହାରର ବିଷ୍ଣୁପୁର ଆଦି ବିଭିନ୍ନ ସ୍ଥାନରେ ମଧ୍ୟ ଭିଜିଲାନ୍‌ସ ରେଡ୍ କରି ବହୁ ସନ୍ଦେହଜନକ କାଗଜପତ୍ର ଜବତ କରିଛି । ତଦନ୍ତ ବେଳେ ଜଣାପଡିଥିଲା, ପୁନେରେ ଅଭୟଙ୍କର ରହିଛି ଏକ ବଡ଼ ଫାର୍ମ ହାଉସ୍ ଓ ସମ୍ଭ୍ରାନ୍ତୀୟ ଫ୍ଲାଟ୍ । ସେହିଭଳି ଭୁବନେଶ୍ୱରର ୮ହଜାର ସ୍କୋୟାର ଫୁଟ୍ ଜାଗା ଉପରେ ରହିଛି ବହୁତଳ ପ୍ରାସାଦ । ଏଥିରେ ସୁଇମିଂ ପୁଲ୍ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ।

ଏହାପରେ ପରେ ପାଠକଙ୍କ ଘରୁ ୮ଶହ ଗ୍ରାମ ସୁନା ସହ ନଗଦ ୧୦ଲକ୍ଷ ଟଙ୍କା ଜବତ ହୋଇଥିଲା । କେବଳ ସେତିକି ନୁହେଁ, ଘରେ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ହାତୀଦାନ୍ତ ପଲଙ୍କ, ବହୁ ଦାମୀ କାର ରହିଥିବା ଭିଜିଲାନ୍‌ସ ଜାଣିବାକୁ ପାଇଥିବା କୁହାଯାଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଲକ୍‌ଡାଉନ୍‌ ସମୟରେ ପାଠକ ପରିବାର ଘରୋଇ ବିମାନ ଭଡ଼ା କରି ୨୦ଥର ବିଭିନ୍ନ ଜାଗାକୁ ଯାଇଥିଲେ । ପ୍ରତିଥରର ଖର୍ଚ୍ଚ ୧୫ରୁ ୨୫ ଲକ୍ଷ ବୋଲି ମଧ୍ୟ ଆକଳନ କରାଯାଉଛି । ତେବେ ଭିଜିଲାନ୍‌ସ ଅନୁସାରେ ପାଠକଙ୍କ ବେଆଇନ୍‌ ସମ୍ପତ୍ତିର ତାଲିକା ୫୦ କୋଟିରୁ ଉର୍ଦ୍ଧ୍ୱ ହେବ ।

Leave a Reply