କମୁଛି ସଂକ୍ରମଣ: ଟ୍ୱିଟ କରି ନିଜର ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କମୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ସଂକ୍ରମଣ ସଂଖ୍ୟା ୫ଶହ ତଳକୁ କମିଥିବାରୁ ଟ୍ୱିଟ ଯୋଗେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ଜୁଲାଇ ପରଠାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା । ଗତ ୨୪ଘଣ୍ଟାରେ ୫ଶହ ତଳେ ରହିଛି ଦୈନିକ ସଂକ୍ରମଣ ସଂଖ୍ୟା ।
Glad to share Odisha has recorded daily positive cases of less than 500 for first time since 16 Jul. Appreciate hard work & sacrifice of our #CovidWarriors for helping #Odisha fight back against the pandemic. Yet, lets not be complacent & remember #mask is the best #vaccine still pic.twitter.com/644ur129R1
— Naveen Patnaik (@Naveen_Odisha) November 30, 2020
ଏଥିପାଇଁ କୋଭିଡ୍ ଯୋଦ୍ଧାମାନଙ୍କ ତ୍ୟାଗ ଓ କଠିନ ପରିଶ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । କୋଭିଡ୍ ଯୋଦ୍ଧାଙ୍କ ପାଇଁ ଓଡ଼ିଶା ଏହି ମହାମାରୀ ବିରୋଧରେ ଲଢେଇକୁ ଜିତିବାରେ ସକ୍ଷମ ହୋଇଛି । ତେବେ ମାସ୍କ ପିନ୍ଧିବାକୁ ଭୁଲନ୍ତୁନି, ଭ୍ୟାକସିନ ଆସିବା ଯାଏଁ ସଚେତନ ରୁହନ୍ତୁ ବୋଲି ଟ୍ବିଟ୍ରେ ଲୋକଙ୍କୁ ସଚେତନ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।
6. Cuttack: 25
7. Deogarh: 2
8. Dhenkanal: 7
9. Gajapati: 2
10. Ganjam: 7
11. Jagatsinghpur: 16
12. Jajpur: 20
13. Jharsuguda: 14
14. Kalahandi: 13
15. Kandhamal: 2
16. Kendrapada: 19
17. Keonjhar: 19
18. Khurda: 23
19. Koraput: 9
20. Malkangiri: 3
21. Mayurbhanj: 32— I & PR Department, Odisha (@IPR_Odisha) November 30, 2020
ସେହିପରି ଆଜି ରାଜ୍ୟରେ ୨୪ଘଣ୍ଟାରେ ୨୮ ଜିଲ୍ଲା ଓ ଷ୍ଟେଟ୍ପୁଲ୍ରୁ ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୪୧ ଓ ୧୭୭ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହାସହ ଦୈନିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ କମିଛି । ଆଜି ଦିନକରେ ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।