spot_img

Latest Posts

ଖରିଫ ଧାନ ସଂଗ୍ରହର ତଦାରଖ ଲାଗି ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ ଖରିଫ ଧାନ କିଣା ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଧାନ କିଣାଯାଉଛି । ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ସୁରୁଖୁରୁରେ କରିବା ନିମନ୍ତେ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ସମବାୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ୧୨ଟି ଜିଲ୍ଲାରେ ୧୨ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

12 Senior Officers Appointed For Kharif Paddy Procurement

ଏହି ଅଧିକାରୀମାନେ ପ୍ରତିଦିନ ଧାନ ସଂଗ୍ରହ କାର୍ଯ୍ୟକୁ ତଦାରଖ କରିବା ସହିତ ନିଜ ଦାୟିତ୍ୱ ରେ ଥିବା ଜିଲ୍ଲାଗୁଡ଼ିକୁ ନିୟମିତ ପରିଦର୍ଶନ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦାୟିତ୍ୱରେ ଥିବା ଅଧିକାରୀ ଚାଷୀ, ପ୍ୟାକ୍ସର କର୍ମକର୍ତ୍ତା, ସ୍ଥାନୀୟ ଜନପ୍ରତିନିଧିଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବା ସହ ଉପୁଜୁଥିବା ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି ।

12 Senior Officers Appointed For Kharif Paddy Procurement

ବରଗଡ଼ ଜିଲ୍ଲା ଦାୟିତ୍ୱ ବିଶ୍ୱଜିତ୍ କେଶରୀ ଦାସଙ୍କୁ ଦିଆଯାଇଥିବା ବେଳେ ସମ୍ବଲପୁର ଜିଲ୍ଲା ଦାୟିତ୍ୱରେ ସୁଶାନ୍ତ ବାରିକ, କଳାହାଣ୍ଡି ଜିଲ୍ଲା ଦାୟିତ୍ୱରେ ଧିରେନ୍ଦ୍ର କୁମାର ସାହୁ, ନୂଆପଡ଼ା ଜିଲ୍ଲା ଦାୟିତ୍ୱରେ ଅଜିତ୍ କୁମାର ପାତ୍ରୋ, ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱରେ ଭରତ ଚନ୍ଦ୍ର ବେହେରା, ବଲାଙ୍ଗିର ଜିଲ୍ଲା ଦାୟିତ୍ୱରେ ସୁଦର୍ଶନ ସେଠୀ, କୋରାପୁଟ ଜିଲ୍ଲା ଦାୟିତ୍ୱରେ ନରେନ୍ଦ୍ର କୁମାର ରାଉତ, ବୌଦ୍ଧ ଜିଲ୍ଲା ଦାୟିତ୍ୱରେ ସନ୍ତୋଷ କୁମାର ଦାଶ, ସୁନ୍ଦରଗଡ଼ ଜିଲ୍ଲା ଦାୟିତ୍ୱରେ ଜ୍ୟୋତି କୁମାର ଲାକ୍ରା, କେନ୍ଦୁଝର ଜିଲ୍ଲା ଦାୟିତ୍ୱରେ ସୁଶାନ୍ତ କୁମାର ପଣ୍ଡା, ଝାରସୁଗୁଡ଼ା କୃଷ୍ଣଚନ୍ଦ୍ର ଦାସ ଓ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ସୁଧାକର ସାବାରୋଙ୍କୁ ଦିଆଯାଇଛି ।

Latest Posts

Don't Miss