୬,୯୯୯ ଟଙ୍କାରେ ମାଇକ୍ରୋମାକ୍ସର ଦମଦାର ସ୍ମାର୍ଟଫୋନ୍; ନଭେମ୍ବର ୨୬ରେ ପ୍ରଥମ ସେଲ୍
1 min readନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ମାଇକ୍ରୋମାକ୍ସ ଦୁଇଟି IN ସିରିଜ୍ ସ୍ମାର୍ଟଫୋନ୍ ମାଇକ୍ରୋମାକ୍ସ ଇନ୍ ନୋଟ୍ 1 ଏବଂ ମାଇକ୍ରୋମାକ୍ସ ଇନ୍ 1B ଲଞ୍ଚ କରିଥିଲା । ଯାହାର ପ୍ରି-ବୁକିଂ ନଭେମ୍ବର ୧୦ରେ ରଖାଯାଇଥିଲା ବେଳେ ଫୋନର ବୁକିଂ ଅଳ୍ପ ସମୟ ମଧ୍ୟରେ ଫୁଲ୍ ହୋଇଯାଇଥିଲା ।
ଏହି କ୍ରମରେ ଏକ ବଜେଟ୍ ଫୋନ୍ ମଧ୍ୟ ରହିଛି, ଯାହାର ମୂଲ୍ୟ ୭ ହଜାରରୁ କମ୍ ଟଙ୍କା ରହିଛି । ଏହି ଶସ୍ତା ଫାେନ୍ ହେଉଛି ମାଇକ୍ରୋମାକ୍ସ ଇନ୍ 1B । କମ୍ପାନୀ ପକ୍ଷରୁ ଏହି ଫୋନର ମୂଲ୍ୟ ୬,୯୯୯ ଟଙ୍କାରୁ ଆରମ୍ଭ। ଏହି ସ୍ମାର୍ଟଫୋନର ପ୍ରଥମ ସେଲ୍ ନଭେମ୍ବର ୨୬ ରଖାଯାଇଥିବା ଜଣାପଡିଛି ।
Naye India ko capture karne k liye IN 1b laya hai 13+2MP Dual Camera. Go #INForIndia with the IN 1b at just INR 6999 (2+32GB) and INR 7999 (4+64GB). First sale on 26th Nov on https://t.co/LMuFW2j3Y0 and @Flipkart. #INMobiles #MicromaxIsBack. pic.twitter.com/mgDZQU8lHr
— IN by Micromax (@Micromax__India) November 16, 2020
ମାଇକ୍ରୋମାକ୍ସ ଇନ୍ 1B ଫିଚର୍ସ-
ମାଇକ୍ରୋମାକ୍ସ ଇନ୍ 1Bରେ 6.5-ଇଞ୍ଚ୍ HD + ରେଜୋଲୁସନ ଡିସପ୍ଲେ ରହିଛି । ଏହି ଫୋନରେ ମିଡିଆ ଟେକର ହେଲିଓ G35 ପ୍ରୋସେସର ଦିଆଯାଇଛି । ଏହି ଫୋନ୍ ଆଣ୍ଡ୍ରଏଡ୍ 10 ଅପରେଟିଂ ସିଷ୍ଟମରେ କାମ କରୁଛି । ମାଇକ୍ରୋମାକ୍ସ ଇନ୍ 1b ଗୁଗୁଲର ଷ୍ଟକ୍ ଆଣ୍ଡ୍ରଏଡ୍ ସହିତ ଜାରି କରାଯାଉଛି । ଫୋନଟି 2GB ମଡେଲ୍ ଆଣ୍ଡ୍ରଏଡ୍ 10 ଗୋ ଏଡିସନ୍ ସହିତ ଆସୁଛି
ଏହାର ରିୟର ପ୍ୟାନେଲରେ 13 ମେଗାପିକ୍ସେଲ ପ୍ରାଇମେରି ସେନସର ସହିତ ଏକ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି, ଯେଉଁଥିରେ 2 ମେଗାପିକ୍ସେଲର ସେକେଣ୍ଡାରୀ ସେନ୍ସର ଉପଲବ୍ଧ । ସେଲଫି ପାଇଁ 8 ମେଗାପିକ୍ସେଲ ସେଲଫି କ୍ୟାମେରା ରହିଥିବା ବେଳେ 5000mAh ର ଦମଦାର ବ୍ୟାଟେରୀ ରହିଛି । ଯାହା 10W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରୁଛି ।
ମାଇକ୍ରୋମାକ୍ସ 1B ରେ 2 GB + 32 GB ଏବଂ 4 GB RAM ଏବଂ 64 GB ଷ୍ଟୋରେଜ୍ ରହିଛି ।