spot_img

Latest Posts

ବାହାଘର ପରେ କେଉଁଆଡ଼େ ଗଲେ ୮୦ ଓ ୯୦ ଦଶକର ଏହି ଲୋକପ୍ରିୟ ଅଭିନେତ୍ରୀ?

ମୁମ୍ବାଇ:  ୮୦ ଓ ୯୦ ଦଶକର ଜଣାଶୁଣା ପ୍ରସିଦ୍ଧ, ଲୋକପ୍ରିୟ ତାରକା ମୀନାକ୍ଷୀ ଶେଷାଦ୍ରି । ଅଭିନୟର ଜଲଓ୍ୱା ଦେଖାଇ ଦିନେ ସେ ଦର୍ଶକଙ୍କୁ ଅଭିନୟରେ ଦିଓ୍ୱାନା କରିଥିଲେ । ଗତକାଲି ମୀନାକ୍ଷୀ ତାଙ୍କର ୫୭ ତମ ଜନ୍ମଦିନ ପାଳନ କରିଛନ୍ତି । ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ସେ ଦର୍ଶକଙ୍କୁ ଉପହାର ଦେଇଛନ୍ତି । କିନ୍ତୁ ବିବାହ ପରେ ସେ ଗ୍ଲାମର ଦୁନିଆକୁ ବିଦାୟ କହିଦେଲେ । ତେବେ ତାଙ୍କ ପ୍ରଶଂସକଙ୍କ ମନରେ ନିହାତି ଭାବରେ ପ୍ରଶ୍ନ ଆସୁଥିବଯେ, ଏବେ କ’ଣ କରୁଛନ୍ତି ବଲିଉଡର ଏହି ସୁନ୍ଦରୀ ଅଭିନେତ୍ରୀ ।

୧୬ ନଭେମ୍ବର ୧୯୬୩ରେ ଝାଡ଼ଖଣ୍ଡର ସିନ୍ଦରୀରେ ଜନ୍ମ ହୋଇଥିବା ମୀନାକ୍ଷୀ ଶେଷାଦ୍ରିଙ୍କ ବାସ୍ତବ ନାମ ଶଶିକଳା ଶେଷାଦ୍ରି । କେବଳ ମଡର୍ଣ୍ଣ ନୁହଁନ୍ତି ବରଂ କ୍ଲାସିକାଲ ଡ୍ୟାନ୍ସରେ ମଧ୍ୟ ସେ ବେଶ୍‌ ପାରଙ୍ଗମ । ୧୯୮୧ରେ ସେ ୧୭ ବର୍ଷ ବୟସରେ ମିସ ଇଣ୍ଡିଆ କ୍ରାଉନ ଜିତିଥିଲେ । ସେହି ବର୍ଷ ଟୋକିଓରେ ମିସ ଇଣ୍ଟରନ୍ୟାସନାଲ  କଣ୍ଟେଷ୍ଟରେ ଭାରତକୁ ରିପ୍ରେଜେଣ୍ଟ କରିଥିଲେ । ୧୯୮୩ରେ ପେଣ୍ଟର ବାବୁ ମାଧ୍ୟମରେ ବଲିଉଡରେ କ୍ୟାରିଅର ଆରମ୍ଭ କରିଥିବା ମୀନାକ୍ଷୀ ବଲିଉଡର ପ୍ରତ୍ୟେକ ନାମିଦାମି ଅଭିନେତା ଯେପରିକି ଦେବ ଆନନ୍ଦ,ଅମିତାଭ ବଚ୍ଚନ, ଜ୍ୟାକି ସ୍ରଫ, ସଞ୍ଜୟ ଦତ୍ତ, ମିଥୁନ ଚକ୍ରବର୍ତ୍ତୀ, ସନି ଦେଓଲ ଏବଂ ଅନିଲ କପୂରଙ୍କ ସହ ରୂପେଲି ପରଦାରେ ନଜର ଆସିଛନ୍ତି ।

ମୀନାକ୍ଷୀଙ୍କ ନାମ କୁମାର ସାନୁ ଏବଂ ରାଜକୁମାର ସନ୍ତୋଷୀଙ୍କ ସହିତ ଯୋଡ଼ି ହୋଇଥିଲା । ଯାହାକୁ ନେଇ ସେ ଖୁବ ଚର୍ଚ୍ଚାରେ ରହିଥିଲେ । ତେବେ ୧୯୯୫ରେ ସେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ହରିଶ୍‌ ମୈସୁରଙ୍କୁ ବିବାହ କଲେ ଓ ଆମେରିକାର ଟ୍ୟାକ୍ସାସରେ ରହିବାକୁ ଲାଗିଲେ । ମାୟାନଗରୀର ଗ୍ଲାମର ଲାଇନରୁ ବିଦାୟ ନେଇଥିଲେ ମଧ୍ୟ ସୋସିଅଲ ମିଡିଆରେ ସେ ବେଶ୍‌ ଆକ୍ଟିଭ ।

Latest Posts

Don't Miss