ମୁଖ୍ୟମନ୍ତ୍ରୀଭାବେ ନୀତୀଶ କୁମାରଙ୍କ ଶପଥ ଗ୍ରହଣ: ଶୁଭେଚ୍ଛା ଜଣାଇଲେ ନବୀନ
2 min readପାଟଣା: ଆରମ୍ଭ ହେଲା ନୀତୀଶଙ୍କ ନୂଆ ଇନିଂସ । ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର । ରାଜ୍ୟପାଳ ଫାଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କ ସହ ମନ୍ତ୍ରୀଭାବେ ତାର କିଶୋର ପ୍ରସାଦ ଓ ରେଣୁ ଦେବୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଉଭୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବ । ତେବେ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ ସହ ରେଣୁ ଦେବୀ ହେବେ ବିହାରର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ । ଏମାନଙ୍କ ବ୍ୟତୀତ ଜେଡିୟୁ ନେତା ବିଜୟ କୁମାର ଚୌଧୁରୀ, ବିଜେନ୍ଦ୍ର ପ୍ରସାଦ ଯାଦବ, ଅଶୋକ ଚୌଧୁରୀ ଏବଂ ମେଓ୍ୱା ଲା ଚୌଧୁରୀ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏବଂ ହିନ୍ଦୁସ୍ତାନୀ ଆଓ୍ୱାନ ମୋର୍ଚ୍ଚା ମୁଖ୍ୟ ଜିତେନ ରାମ ମାଝୀଙ୍କ ପୁଅ ସନ୍ତୋଷ କୁମାର ସୁମନ, ବିକାଶଶୀଳ ଇନ୍ସାନ୍ ପାର୍ଟି (ଭିଆଇପି)ର ମୁକେଶ ସାହାନୀ ମଧ୍ୟ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ସେହିପରି ଭାରତୀୟ ଜନତା ପାର୍ଟି (ବିଜେପି) ର ମଙ୍ଗଳ ପାଣ୍ଡେ, ଅମରେନ୍ଦ୍ର ପ୍ରତାପ ସିଂହ ବିହାର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିବା ବେଳେ ବିରୋଧୀ କଂଗ୍ରେସ ଓ ଆରଜେଡି ଶପଥ ଗ୍ରହଣ ସମାରୋହକୁ ବୟକଟ୍ କରିଛନ୍ତି ।
Congratulations @NitishKumar ji on being sworn in as the Chief Minister of #Bihar for fourth consecutive term. Wish you and the new government the very best.
— Naveen Patnaik (@Naveen_Odisha) November 16, 2020
ଅପରପକ୍ଷରେ ଲଗାତାର ଚତୁର୍ଥ ଥର ପାଇଁ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ନୂଆ ସରକାରକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
Patna: JDU leaders Vijay Kumar Choudhary, Vijendra Prasad Yadav, Ashok Choudhary, and Mewa Lal Choudhary take oath as Cabinet Ministers of Bihar. pic.twitter.com/peFgFjM8vq
— ANI (@ANI) November 16, 2020
Patna: Santosh Kumar Suman, son of Hindustani Awam Morcha (HAM) chief Jitan Ram Manjhi & Mukesh Sahni of Vikassheel Insaan Party (VIP) take oath as a Cabinet Minister of Bihar. pic.twitter.com/mYCYhk22Pr
— ANI (@ANI) November 16, 2020