ବଦଳିଲେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ

1 min read

ମାଲକାନଗିରି: ବଦଳିଲେ ମାଲକାନଗିରିର ଜିଲ୍ଲାପାଳ ମନିଷ ଅଗ୍ରଓ୍ୱାଲ । ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ ଓ୍ୱାଇ ବିଜୟଙ୍କୁ ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି । ସେପଟେ ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ ହୋଇଛନ୍ତି ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରଓ୍ୱାଲ ।

ପିଏ ଦେବନାରାୟଣ ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମନିଷ ଅଗ୍ରଓ୍ୱାଲଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଥିଲା । ମୃତ୍ୟୁ ଘଟଣାରେ ଜିଲ୍ଲାପାଳଙ୍କୁ ଦାୟୀ କରି ଅଭିଯୋଗ ଆଣିଥିଲେ ଦେବନାରାୟଣଙ୍କ ପରିବାର ଲୋକ । ଏନେଇ ମାଲକାନଗିରି SDJM କୋର୍ଟରେ ଅଭିଯୋଗ ହେବା ପରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିବାକୁ ପୋଲିସକୁ କୋର୍ଟ ନିର୍ଦେଶ ଦେଇଥିଲେ । ଏହାପରେ ଜିଲାପାଳଙ୍କ ସମେତ ଚାରି ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ମୃତ ଦେବ ନାରାୟଣଙ୍କ ପତ୍ନୀ ବନଜା ପଣ୍ଡାଙ୍କ ଅଭିଯୋଗ ଭିତ୍ତିରେ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ପୂର୍ବତନ ବ୍ୟକ୍ତିଗତ ସହାୟକ ଭଗବାନ ପାଣିଗ୍ରାହୀ, ଷ୍ଟେନୋ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଏବଂ ଡାଟା ଏଣ୍ଟ୍ରି ଅପରେଟର ଭି.ବେଣୁଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

PA Death Case, Police Register Murder case Against Malkangiri Collector Manish Agrawal And Four Others

ଗତବର୍ଷ ଡିସେମ୍ବର ୨୮ ତାରିଖରେ ଡ୍ୟାମ୍‌ରୁ ସନ୍ଦେହଜନକ ଭାବେ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସତୀଗୁଡ଼ା ଡ୍ୟାମରୁ ମିଳିଥିଲା ଦେବ ନାରାୟଣଙ୍କ ମୃତଦେହ । ମୃତଦେହ ଉଦ୍ଧାର ପରେ ପରିବାର ଲୋକ ଦେବ ନାରାୟଣ ପଣ୍ଡାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ଘଟଣାରେ ଦେବ ନାରାୟଣଙ୍କ ପରିବାର ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ମାଲକାନଗିରି ଏସଡିଜେଏମ୍ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ୪ ଅଭିଯୁକ୍ତଙ୍କ ନାଁରେ ଆଇପିସି ୧୮୬୦ ଆଇନର ୩୦୨, ୫୦୬, ୨୦୧, ୨୦୪, ୧୨୦ (ବି), ଓ ୩୪ ଧାରା ଲାଗିଛି ।

Leave a Reply