ଶାହଙ୍କ କାନକୁ ଯିବ ବୈଜୟନ୍ତଙ୍କ କଳା କାରନାମା, ରାଜଭବନ ଜରିଆରେ ଫେରାଦ ହେଲେ ନିରୀହ ଶ୍ରମିକ

ଭୁବନେଶ୍ୱର  : ଆମେ ଜମି ଦେଲୁ । ଜମି ବଦଳରେ ସ୍ଥାନୀୟ ଲୋକ ହିସାବରେ ନିଶ୍ଚିତ ନିଯୁକ୍ତିର ପ୍ରତିଶ୍ରୁତି ପାଇଥିଲୁ । ହେଲେ ଆମ ଜମି ଆମଠୁ ଚାଲିଗଲା । ଆମକୁ ମିଳିଲା ଠିକା ଚାକିରୀ । ବର୍ଷ ପରେ ବର୍ଷ ବିତିଲା । ଚାକିରୀ ଆଉ ସ୍ଥାୟୀ ହେଲା ନାହିଁ । ଆଶାନୁରୂପ ରୋଜଗାର ମଧ୍ୟ ମିଳିଲା ନାହିଁ । ଘା’ରେ ମଲମ ବଦଳରେ ଚୂନ ମାରିବା ଭଳି ଲକ୍ ଡାଉନ ମଧ୍ୟ ଶ୍ରମିକଙ୍କୁ ସାମନ୍ୟ ପାଉଣା ଦିଆଗଲା ନାହିଁ । ଉପରୋକ୍ତ ଅଭିଯୋଗ ଆସିଛି ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିଃ ନାମରେ  । ନିଜର ନ୍ୟାର୍ଯ୍ୟ ଦାବିକୁ ହାସଲ ପାଇଁ ସାରୁଅସ୍ଥିତ ତରଙ୍ଗ ଷ୍ଟୁଡିଓରେ କାର୍ଯ୍ୟରତ ଶ୍ରମିକମାନେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ । ହେଲେ ତାଙ୍କ କଥାକୁ ଖାତିର କରି ନାହାନ୍ତି କର୍ତ୍ତୃପକ୍ଷ । ଓଡ଼ିଶା ଇନଫ୍ରାଟେକ୍ କର୍ତ୍ତୃପକ୍ଷ ମାନେ ଜଗି ମଙ୍ଗତ ପଣ୍ଡା, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ତାଙ୍କ ପରିବାର ।

ଏଭଳି ସଙ୍ଗୀନ ଅଭିଯୋଗ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଫେରାଦ ହୋଇଛନ୍ତି ଶ୍ରମିକ । ରାଜ୍ୟପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିବେ ଆନ୍ଦୋଳନକାରୀ । କେବଳ ନିଜର ଜୀବିକା କଥା ନୁହେଁ । ଚଞ୍ଚକତା କରି ଅନୁସୂଚିତ ଜନଜାତି(ଏସସି) ବର୍ଗର ଜମି ହାତେଇବା ଏବଂ ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ମାମଲା କରିବା ପରେ ନିରୀହ ଲୋକଙ୍କୁ ଧମକାଇବା ଅଭିଯୋଗ କରାଯାଇଛି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ । ତେଣୁ ଗୃହମନ୍ତ୍ରୀ ଏଭଳି ସମ୍ବେଦନଶୀଳ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ଉଠିଛି ।

Leave a Reply