spot_img

Latest Posts

ପାରଳାଖେମୁଣ୍ଡି କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଗଜପତି: ପାରଳାଖେମୁଣ୍ଡି ଉପଖଣ୍ଡ କାରାଗାରର ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଥିବା ଜଣାପଡିଛି।  ମୃତକ ହେଲେ ହରିୟାଣା ଫରିଦାବାଦ ଗ୍ରାମର ଜୟପାଲ ସିଂ (59) ।  ସେ ଗତ କିଛି ଦିନ ତଳେ ଗଞ୍ଜେଇ ଚୋରାଚାଲାଣ ବେଳେ ମୋହନା ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ଅକ୍ଟୋବର ୧୬ ତାରିଖରୁ ବିଚାରାଧୀନ କଏଦୀ ଭାବେ କାରାଗାରରେ ରହିଥିଲେ। ସକାଳୁ ସକାଳୁ  ଅଚେତ ଅବସ୍ଥାରେ ତାଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପାରଳାଖେମୁଣ୍ଡି ପୋଲିସ।

ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଥିବା ବେଳେ  ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଉପ କାରାଗାର ମଧ୍ୟରେ ଅସାବଧାନତା ଯୋଗୁଁ ଅନେକ କଏଦୀ କରୋନା ଆକ୍ରାନ୍ତ ହୋଇଥିବା ଏବଂ ପରବର୍ତ୍ତୀ ସମୟରେ ଖବର ପ୍ରସାରଣ ପରେ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ ହୋଇଥିଲେ। ତେବେ ମୃତ ଜୟପାଲ ସିଂଙ୍କ ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ତଥ୍ୟ ଅନୁସାରେ ସବୁ ଠିକ୍ ରହିଥିଲା। ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ସୂଚନା ନଥିବା ବେଳେ ହଠାତ୍ ଏପରି କ’ଣ ହେଲା ଯେ, ସକାଳୁ ସକାଳୁ ତାଙ୍କ ମୃତ୍ୟୁ ଘଟିଛି। ତେବେ ଶବ ବ୍ୟବଚ୍ଛେଦ ପରେ ଅଧିକ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପ୍ରକାଶିତ ହେଇ ପାରିବ। ଏନେଇ ଦାୟିତ୍ଵରେ ଥିବା ଉପ କାରାଗାରର ଅଧିକାରୀ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ କିନ୍ତୁ ସେ କ୍ୟାମେରା ଆଗରେ କିଛି କହିବାକୁ ସ୍ପଷ୍ଟ ମନା କରିଛନ୍ତି ।

Latest Posts

Don't Miss