ପେଟ୍ରୋଲ ପମ୍ପ ଘଟଣାକୁ ପୂରିଲା ମାସେ: ୪ ତଦନ୍ତକାରୀ ସଂସ୍ଥାର ସନ୍ଧାନ ସତ୍ତ୍ୱେ ରହସ୍ୟ ଉପରୁ ହଟୁନି ପରଦା

1 min read

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାକୁ ପୂରିଲା ମାସେ । ଏବେବି ଲାଗି ରହିଛି ରହସ୍ୟ, ସରୁନି ତଦନ୍ତ । ବିସ୍ଫୋରଣର କାରଣ ଏ ଯାଏଁ ଜଣା ପଡ଼ିଲାନାହିଁ । କିପରି ଓ କାହିଁକି ହେଲା ବିସ୍ଫୋରଣ ସେନେଇ ଚାରି ଚାରିଟି ତଦନ୍ତକାରୀ ସଂସ୍ଥା ତଦନ୍ତ କରୁଛନ୍ତି । ୨ମୃତକଙ୍କ ମଧ୍ୟରୁ ଜଣଙ୍କ ପରିବାରକୁ କ୍ଷତିପୂରଣ ମିଳିଥିବା ବେଳେ ଆହତ ବ୍ୟକ୍ତିମାନଙ୍କୁ ଏଯାଏଁ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ଆସିଛି ।

ଭୁବନେଶ୍ୱର ପାଖ ରାଜଭବନ ପେଟ୍ରୋଲ ପମ୍ପ। ସମୟ ଅପରାହ୍ନ ୧.୧୦ ମିନିଟ । ପେଟ୍ରୋଲ ପମ୍ପରେ ହେଇଥିଲା ଭୟାବହ ବିସ୍ପୋରଣ। ୫ କିଲୋମଟିର ବ୍ୟାପି ଥରିଥିଲା ମାଟି । ୨ ଜଣଙ୍କର ମୁତ୍ୟୁ ହୋଇଥିଲା  । ୧୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ। ଡଜନେରୁ ଅଧିକ ଗାଡ଼ି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ଓ୍ୱସଂ ବିଧ୍ୱସଂ ହୋଇ ଯାଇଥିଲା ପେଟ୍ରୋଲ ପମ୍ପ । ଏହି ଘଟଣାକୁ ମାସେ ବିତିଗଲା। ଏବେବି ବିସ୍ଫୋରଣର ଉପରୁ ରହସ୍ୟଣୁ ପରଦା ଉଠିନି । କିପରି ଓ କାହିଁକି ବିସ୍ପୋରଣ ହେଲା, ତାହା ଅସ୍ପଷ୍ଟ। ଦୁର୍ଘଟଣା ପରଠାରୁ ଚୁପ୍‌ ହୋଇରହିଛି ଆଇଓସିଏଲ୍ । ପେଟ୍ରୋଲ ପମ୍ପ ପାଖରେ ଥିବା ଓମ୍‌ଫେଡ୍, ଓପଲଫେଡ୍ ଏଲଆଇସି ଆଉଟ୍ ଲେଟରେ କାମ କରୁଥିବା କର୍ମଚାରୀମାନେ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ । ମାସେ ପରେ ଅଣ୍ଟା ସଳୁଖଛନ୍ତି। ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ଏପରିକି ଅନେକ ସରକାରୀ ଓ ବେସରକାରୀ କୋଠା ବି କ୍ଷତି ଗସ୍ତ ହୋଇଥିଲା । କିନ୍ତୁ କାହାକୁ ଟଙ୍କାଟିଏ କ୍ଷତି ପୂରଣ ମିଳିନଥିବା ଅଭିଯୋଗ ହୋଇଛି।

ବିସ୍ଫୋରଣ ମାମଲାର ତଦନ୍ତ ୪ଟି ସଂସ୍ଥା-ପେସୋ, ଆଇଓସିଏଲ ଲୋକାଲ ଅଥରିଟି, ଆଇଓସିଏଲର ୨ ଜଣିଆ ଦିଲ୍ଲୀ ଏକ୍ସପର୍ଟ କମିଟି ଓ କମିଶନରେଟ୍ ପୋଲିସ ତଦନ୍ତ କରୁଛନ୍ତି। କମିଶନରେଟ୍ ପୋଲିସ କେବଳ ଏକ ମାମଲା ରୁଜୁ କରି ଚୁପ୍ ହୋଇ ବସିପଡ଼ିଛି । ମାମଲା ରୁଜୁ ହୋଇଥିଲେ ବି କାହାକୁ ଗିରଫ କରିନାହିଁ, ଏପରିକି ପେଟ୍ରୋଲ ପମ୍ପ ମାଲିକଙ୍କୁ ବି ଜେରା କରିନାହିଁ । ସିସିଟିଭି ଫୁଟେଜ୍ ଜବତ କରିଥିଲେ ବି ନିରବରହିଛି ପୋଲିସ।  ସେପଟେ ପେସୋ ତଦନ୍ତ କରି ଆଇଓସିଏଲକୁ ରିପୋର୍ଟ ଦେଇଛି । ହେଲେ ଆଇଓସିଏଲ ରିଫିଲିଂ ଓ ରିପେୟାରିଂ ଟେଣ୍ଡର ଦେଇଥିବା ସଂସ୍ଥା ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏଭଳି ପରିସ୍ଥିତିରେ ଓଡ଼ିଶା ପେଟ୍ରୋଲ ପମ୍ପ ମାଲିକ ସଂଘ କହିଛି, ବିସ୍ଫୋରଣର କାରଣ ଜାଣିବା ନିହାତି ଦରକାର । ଫଳରେ ଅନ୍ୟ ପେଟ୍ରୋଲ ପମ୍ପ ମାଲିକମାନେ ସତର୍କ ହେବେ  । ଫରେନସିକ ରିପୋର୍ଟ ଆସିବା ପରେ ପୋଲିସର ତଦନ୍ତରେ ବିଳମ୍ବ କାହିଁକି? ସିସିଟିଭି ଭିତରେ ରହିଛି କି ପୋଲିସର ତଦନ୍ତ? ପୋଲିସକୁ ମିଳିଥିବା ବୈଷୟିକ ରିପୋର୍ଟ ଯଥେଷ୍ଟ ନୁହେଁ କି? କେବେ ରହସ୍ୟ ଖୋଲିବ, ତା ଉପରେ ସଭିଙ୍କ ନଜର।

Leave a Reply